ରେଷ୍ଟୁରାଣ୍ଟ ବାହାରେ ଗୁଳି ଫୁଟାଇଲେ ଉଲଗ୍ନ ଆତତାୟୀ, ୪ ମୃତ

ଟେନେସି: ଆମେରିକାର ଟେନେସିସ୍ଥିତ ନୈସଭିଲ ସହରରେ ରବିବାର ଏକ ରେଷ୍ଟୁରାଣ୍ଟ ବାହାରେ ନିବସ୍ତ୍ର ହୋଇ ଜଣେ ବନ୍ଧୁକଧାରୀ ଗୁଳି କରିଛି। ଏହି ଘଟଣାରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ପୁଲିସ କହିବା ଅନୁସାରେ ୪ଜଣ ଲୋକ ଗୁରୁତର ଭାବରେ ଆହତ ହୋଇଛନ୍ତି। ଏହି ଘଟଣା ଭୋର୍‌ ସକାଳ ୩ଟା ୩୦ରେ ଘଟିଛି। ଆକ୍ରମଣକାରୀ ପୋଷାକ ପିନ୍ଧି ନଥିଲା। ଆକ୍ରମଣକାରୀ ରେଷ୍ଟୁରାଣ୍ଟ ବାହାରେ ଖୋଲାସ୍ଥାନରେ ଫାୟରିଂ କରିଥିଲା ଓ ଶେଷରେ ନିଜ ବନ୍ଧୁକରେ ଗୁଳିକରି ଆତ୍ମହତ୍ୟା କରିଥିଲା।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଥିରେ କି ଜଣେ ଗୁରୁତର ଥବା ଅଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ଆକ୍ରମଣକାରୀ ଇଲିନୋଇସ ଅଞ୍ଚଳର ୨୯ ବର୍ଷିଅ ଟ୍ରେଭିସ ରିନକିଙ୍ଗ୍‌ ବୋଲି ଜଣାପଡ଼ିଛି। ପୁଲିସ ଅନୁସାରେ ଆକ୍ରମଣକାରୀ ଯେଉଁ କାରରେ ରେଷ୍ଟୁରାଣ୍ଟକୁ ପହଞ୍ଚିଥିଲା ସେହି କାର ବିରୋଧରେ ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ, ଏପ୍ରିଲରେ ମଧ୍ୟ ଆମେରିକାରେ ଗୁଳିଚାଳନା ହୋଇଥିଲା। ଜଣେ ଆକ୍ରମଣକାରୀ ୟୁ-ଟ୍ୟୁବ କାର୍ଯ୍ୟାଳୟକୁ ଲକ୍ଷ୍ୟ କରିଥିଲା। ଏହି ଗୁଳିକାଣ୍ଡରେ ୪ଜଣ ଆହତ ହୋଇଥିଲେ। ସେଦିନ ମଧ୍ୟ ଆକ୍ରମଣକାରୀ ନିଜକୁ ଗୁଳି କରି ଜୀବନ ହାରିଥିଲା।

ସମ୍ବନ୍ଧିତ ଖବର