ଗାଡ଼ି ପାର୍କିଙ୍ଗ୍‌ ବିବାଦ ଯୋଗୁଁ ଅଟୋ ଚାଳକଙ୍କୁ ଗୁଳି ମାରିଲେ ମହିଳା

ଗୁରୁଗ୍ରାମ: ରାସ୍ତାକଡ଼ରେ ଗାଡ଼ି ରଖିବା କଥାରୁ ଜଣେ ୩୪ ବର୍ଷୀୟା ମହିଳା ଜଣେ ଅଟୋ ଚାଳକଙ୍କୁ ଗୁଳି ମାରିଛନ୍ତି। ସେ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ କହିଛି।

ସ୍ଥାନୀୟ ଲୋକେ ପୂର୍ବାହ୍ନ ୧୦ ଟା ବେଳେ ଭବାନୀ ଏକ୍ଲେଭ୍‌ ଅଞ୍ଚଳରେ ଘଟିଥିବା ଏହି ଘଟଣାର ସମଗ୍ର ଦୃଶ୍ୟାବଳୀର ଭିଡିଓ ଉତ୍ତୋଳନ କରି ପରେ ପୁଲିସକୁ ଖବର ଦେଇଥିଲେ।

ଅଭିଯୁକ୍ତା ସପ୍‌ନା ଏବଂ ତାଙ୍କ ସ୍ୱାମୀ ଭୁରେଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇ ସେକ୍ଟର୍‌ ୯ ଥାନାରେ ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ସେମାନଙ୍କର ଜଣେ ସହଯୋଗୀ ଖସି ଯାଇଛନ୍ତି ବୋଲି ପୁଲିସ କହିଛି।

ସୁନୀଲ ନାମକ ଜଣେ ଅଟୋ ଚାଳକ ରାସ୍ତାକଡ଼ରେ ଗାଡ଼ି ଥୋଇଥିଲେ। ରସ୍ତାରୁ ଗାଡ଼ି ହଟାଇବାକୁ ସପ୍‌ନା ତାଙ୍କୁ କହିଲେ। ତେଣୁ ସୁନୀଲ ଗାଡ଼ି ନେଇ ଠିକ୍‌ ରାସ୍ତାକଡ଼ରେ ରଖିଲେ। ଏହି ଘଟଣାରୁ ଉଭୟଙ୍କ ମଧ୍ୟରେ କଜିଆ ହୋଇଥିଲା।

ସୁନୀଲ କହନ୍ତି: ସପ୍‌ନା ଏତେ ରାଗି ଗଲେ ଯେ ପିସ୍ତଲଟାଏ କାଢ଼ି ମୋ କପାଳରେ ଲଗାଇଲେ। ସେ ଗୁଳି ଚଳାଇବା ବେଳେ ମୁଁ ଘୁଞ୍ଚିଗଲି। ଗୁଳି ମୋ କାନରେ ଘଷି ହେଲା ପ୍ରାୟ ଚାଲିଗଲା।

ସପ୍‌ନାଙ୍କ ତାଙ୍କ ସ୍ୱାମୀ ଭୁରେ ତାଙ୍କୁ ଚଟକଣା ମାରିଲେ ବୋଲି ସୁନୀଲ କହୁଛନ୍ତି।

ପୁଲିସ ଉଭୟ ପତି ଓ ପତ୍ନୀଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ଫେରାର ତୃତୀୟ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି।

ସମ୍ବନ୍ଧିତ ଖବର