ଫିଲ୍ମ ଷ୍ଟାଇଲରେ ଫେରାର ହେଲା କଏଦୀ, ଶୌଚାଳୟ ବାହାରେ ଅପେକ୍ଷା କରି ରହିଗଲେ ପୁଲିସକର୍ମୀ

ଗୁରୁଗ୍ରାମ : ଗୁରୁଗ୍ରାମର ଏକ ସରକାରୀ ଡ଼ାକ୍ତରଖାନାରୁ କଏଦୀ ଫେରାର ହୋଇଯିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କଏଦୀଙ୍କ ନାଁ ଆୟୁଷ ଥିବା ବେଳେ ସେ ଗୁଜୁରାଟର ବାସିନ୍ଦା ଥିଲେ ବୋଲି ଜଣା ପଡ଼ିଛି । ଜୁନ୍‌ ୧୫ରେ ଆୟୁଷଙ୍କ ଶରୀରର ସର୍କରା ସ୍ତର ବଢ଼ିଯିବାରୁ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଶୌଚାଳୟ ଯିବା ବାହାନା କରି ଆୟୁଷ ଫେରାର ହୋଇ ଯାଇଥିବା ଜଣା ପଡ଼ିଛି । ଗତବର୍ଷ ଆୟୁଷଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ପୁଲିସ ଆୟୁଷର ତଲାସି ଆରମ୍ଭ କରିଛି ।

Mental Floss

ପୁଲିସ ଦେଇଥିବା ସୂଚନା ମୁତାବକ, ଆୟୁଷଙ୍କୁ ୨୦୧୮ରେ ଭାରତୀୟ ଦଣ୍ଡବିଧାନ ଧାରା ୪୨୦, ୪୬୭ ଏବଂ ୪୬୮ଅନୁଯାୟୀ ଗିରଫ କରାଯାଇଥିଲା । ମଧୁମେହ ସମସ୍ୟା ଥିବାରୁ ଆୟୁଷକୁ ଜୁନ୍‌ ୧୫ରେ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଶୌଚାଳୟ ଯିବା ପାଇଁ କହି ଆୟୁଷ ପଛପଟୁ କବାଟ ଦେବା ସହ ଶୌଚାଳୟର ଝରକା ଭାଙ୍ଗି ଫେରାର ହୋଇ ଯାଇଥିଲେ । ବାହାରେ ପୁଲିସକର୍ମୀମାନେ ଅପେକ୍ଷା କରି ରହିଥିଲେ ମଧ୍ୟ ମିଛି ସମୟ ପର୍ଯ୍ୟନ୍ତ ଜାଣି ପାରି ନଥିଲେ । ପରେ ଜଣା ପଡ଼ିବା ବେଳକୁ ଆୟୁଷ ଫେରାର ହୋଇ ସାରିଥିଲା ।

ସମ୍ବନ୍ଧିତ ଖବର