ଫେସ୍‌ବୁକ୍‌ରେ ପ୍ରେମ ତା’ ପରେ ଶାରୀରିକ ସଂପର୍କ, ବିବାହର ପ୍ରତିଶ୍ରୁତି ଦେଇ ୨୧ଲକ୍ଷ ଟଙ୍କା ଠକି ନେଲା ପ୍ରେମିକ

ନୂଆଦିଲ୍ଲୀ: ଦିଲ୍ଲୀର ଗୁରୁଗ୍ରାମ୍‌ରେ ଘଟିଥିବା ଏକ ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଫେସ୍‌ବୁକ୍‌ ଜରିଆରେ ଜଣେ ପ୍ରେମିକ ବିବାହ ପ୍ରତିଶ୍ରୁତି ଦେଇ ଜନୈକା ମହିଳାଙ୍କ ଠାରୁ ୨୧ଲକ୍ଷ ଟଙ୍କା ଠକି ନେବା ଘଟଣାକୁ ନେଇ ଅଭିଯୋଗ ହୋଇଥିବା ବେଳେ ଅଭିଯୁକ୍ତ ପ୍ରେମିକକୁ ଖୋଜିବା ଆରମ୍ଭ କରିଛି ପୁଲିସ ।

SheThePeople

ସୂଚନା ମୁତାବକ, ୨୦୧୭ରେ ପୀଡ଼ିତା ମହେଶ ମୁଦ୍ରା ନାମକ ଜଣେ ଯୁବକଙ୍କ ସହ ଫେସ୍‌ବୁକ୍‌ରେ ବନ୍ଧୁତା ସ୍ଥାପନ କରିଥିଲେ । କିଛି ଦିନ କଥା ହେବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । କିଛି ଦିନ ପରେ ଦୁହେଁ ଏକ ହୋଟେଲରେ ଦେଖା ହେବା ପରେ ମହେଶ ତାଙ୍କ ସହ ଶାରୀରିକ ସଂପର୍କ ରଖିବା ପାଇଁ କହିଥିଲେ । ପୀଡ଼ିତା ମନା କରିବା ପରେ ମୁଁ ତୁମକୁ ବିବାହ କରିବି ବୋଲି କହିବା ପରେ ଦୁହିଁଙ୍କ ମଧ୍ୟରେ ଶାରୀରିକ ସଂପର୍କ ସ୍ଥାପନ ହୋଇଥିଲା । ପରେ ପୀଡ଼ିତା ଏକ କମ୍ପାନିର ଉଚ୍ଚପଦସ୍ଥ ଅଧିକାରୀ ବୋଲି ଜାଣିବା ପରେ ମହେଶ ତାଙ୍କୁ ୨୧ଲକ୍ଷ ଟଙ୍କା ମାଗିଥିଲେ । ଟଙ୍କା ନେବା ପରେ ସେ ପୀଡ଼ିତାଙ୍କ ସହ କଥା ହେବା ବନ୍ଦ କରିବା ସହ ଫୋନ ବନ୍ଦ କରି ଦେଇଥିଲେ । କିଛି ଦିନ ଏପରି ହେବା ପରେ ମହେଶଙ୍କ ଚାଲ ବୁଝି ପାରି ପୁଲିସରେ ଅଭିଯୋଗ କରିଥିଲେ ପୀଡ଼ିତା ।

ସମ୍ବନ୍ଧିତ ଖବର