୭ବର୍ଷ ପରେ ନିଜ ସ୍ୱାମୀଙ୍କୁ ଦ୍ୱିତୀୟ ଥର ବିବାହ କଲେ ମହିଳା,ଜାଣନ୍ତୁ ଏପରି କରିବା ପଛରେ କ’ଣ ରହିଥିଲା କାରଣ?

ଗୁରୁଗ୍ରାମ : ହରିୟାଣାର ଗୁରୁଗ୍ରାମରେ ଜଣେ ମହିଳା ୭ବର୍ଷ ପରେ ନିଜ ସ୍ୱାମୀଙ୍କୁ ଦ୍ୱିତୀୟ ବିବାହ କରିଥିବା ଜଣା ପଡ଼ିଛି । ପୀଡ଼ିତାଙ୍କ ଘର ଲୋକ ତାଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଘରେ ବନ୍ଦୀ କରି ରଖିଥିବା ବେଳେ ୫ ବର୍ଷ ପରେ ସେ ଘରୁ ବାହାରି ନିଜ ସ୍ୱାମୀଙ୍କୁ ଦ୍ୱିତୀୟ ଥର ବିବାହ କରିବାରେ ସଫଳ ହୋଇଛନ୍ତି ।

ସୂଚନା ମୁତାବକ, କଲେଜରେ ପାଠ ପଢ଼ୁଥିବା ବେଳେ ପୀଡ଼ିତା ଜଣେ ଯୁବକଙ୍କୁ ଭଲ ପାଇ ବସିଥିଲେ । କିନ୍ତୁ ଯୁବକଜଣଙ୍କ ତାଙ୍କ ଜାତିର ହୋଇ ନଥିବାରୁ ଘରେ ବାହାଘର କରିବେ ନାହିଁ ବୋଲି ଭାବି ଦୁହେଁ ୨୦୧୧ରେ କୋର୍ଟରେ ବିବାହ କରିଥିଲେ । ବିବାହର କିଛି ଦିନ ପରେ ପୀଡ଼ିତାଙ୍କ ସ୍ୱାମୀ ପୀଡ଼ିତାଙ୍କ ଘରକୁ ବିବାହ ପ୍ରସ୍ତାବ ନେଇ ଯାଇଥିବା ବେଳେ ଘର ଲୋକେ ବିବାହ ପାଇଁ ମନା କରି ଦେଇଥିଲେ । ଦୁହେଁ ପରିବାର ଲୋକଙ୍କୁ ବୁଝାଇବା ପାଇଁ ଅନେକ ଚେଷ୍ଟା କରିବା ପରେ ମଧ୍ୟ ସେମାନେ ନ ମାନିବାରୁ ଦୁହେଁ ଜାନୁଆରୀ ୨୦୧୩ରେ ଘରୁ ଲୁଚି ଚାଲି ଯାଇଥିଲେ । କିଛି ଦିନ ସାଥୀରେ ରହିବା ପରେ ମା’ଙ୍କୁ ହୃଦ୍‌ଘାତ ହୋଇଛି ବୋଲି କହି ପୀଡ଼ିତାଙ୍କୁ ଘରକୁ ଡ଼ାକିଥିଲେ ପରିବାର ଲୋକେ । ଘରକୁ ଆସିବା ପରେ ପୀଡ଼ିତାଙ୍କୁ ବନ୍ଦୀ କରିବା ସହ ପରିବାର ଲୋକେ ବାହାରକୁ ଛାଡ଼ିବା ବନ୍ଦ କରି ଦେଇଥିଲେ । ଏହା ସହ ଦୁହିଁଙ୍କର ଛାଡ଼ପତ୍ର ମଧ୍ୟ କରାଇ ନେଇଥିଲେ ।

oneindia.com

ଅକ୍ଟୋବର ୨୩, ୨୦୧୮ରେ ପୀଡ଼ିତା ଘରୁ ଫେରାର ହେବାକୁ ଚେଷ୍ଟା କରିଥିଲେ ମଧ୍ୟ ପରିବାର ଲୋକେ ତାଙ୍କୁ କାବୁ କରିବା ସହ ଘରକୁ ନେଇ ଆସିଥିଲେ । କିନ୍ତୁ ପୀଡ଼ିତା ହାର୍‌ ନ ମାନି ମହିଳା ହେଲ୍ପଲାଇନ୍‌ ନମ୍ବରକୁ କଲ୍‌ କରି ସବୁ ବିଷୟରେ ଜଣାଇଥିଲେ । ଯାହା ପରେ ପୁଲିସ ସେଠାରେ ପହଞ୍ଚି ପୀଡ଼ିତାଙ୍କୁ ସୁରକ୍ଷିତ ଭାବରେ ମୁକୁଳାଇଥିଲେ । ମୁକୁଳିବା ପରେ ପୀଡ଼ିତା ପୁଣି ଥରେ ନିଜ ସ୍ୱାମୀଙ୍କୁ ଦ୍ୱିତୀୟ ବିବାହ କରିବାକୁ ଯାଉଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର