୮୨ପ୍ରତିଶତ ନମ୍ବର ଆଣି ମଧ୍ୟ ଆଶାଠାରୁ କମ ନମ୍ବର ଆସିବାରୁ ଆତ୍ମହତ୍ୟା କଲେ ଯୁବକ

ନୂଆଦିଲ୍ଲୀ : ହରିୟାଣାର ସୋନିପତରେ ଜଣେ ୧୮ବର୍ଷୀୟ ଯୁବକ ଆତ୍ମହତ୍ୟା କରି ନେଇଥିବା ଜଣା ପଡ଼ିଛି । ଆଶାଠାରୁ କମ ନମ୍ବର ଆସିବାରୁ ଘରେ ଥିବା ସିଲିଙ୍ଗ୍‌ ଫ୍ୟାନ୍‌ରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି ଯୁବକ । ତାଙ୍କର ଏଭଳି ପଦକ୍ଷେପ ପରିବାର ସମେତ ସଂପର୍କୀୟଙ୍କୁ ଆଶ୍ଚର୍ଯ୍ୟ କରିଛି ।

oneindia.com

ସୂଚନା ମୁତାବକ, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେବା ପରେ ମୃତ ଯୁବକ ଅଧିକ ନମ୍ବର ଆଣିବେ ବୋଲି ଆଶା କରିଥିଲେ । କିନ୍ତୁ ବୁଧବାର ଫଳାଫଳ ଆସିବା ପରେ ମୃତ ଯୁବକଙ୍କର ମାତ୍ର ୮୨ପ୍ରତିଶତ ନମ୍ବର ଆସିଥିଲା । ଏହାକୁ ଦେଖି ସେ ନିରାଶ ହେବା ସହ ସମସ୍ତଙ୍କ ସହ କଥା ହେବା ବନ୍ଦ କରି ଦେଇଥିଲେ । ପରେ ସେ ନିଜକୁ ଘରେ ବନ୍ଦ କରିନେବା ସହ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ । କିଛି ସମୟ ପର୍ଯ୍ୟନ୍ତ ଯୁବକ ବାହାରକୁ ନ ଆସିବାରୁ ପରିବାର ଲୋକେ କବାଟ ଭାଙ୍ଗି ଭିତରକୁ ଯାଇଥିଲେ । ପଙ୍ଖାରେ ଯୁବକଙ୍କ ମୃତଦେହ ଝୁଲୁଥିବା ଦେଖି ପରିବାର ଲୋକେ ତୁରନ୍ତ ଡ଼ାକ୍ତରଖାନା ନେଇଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର