ଅନ୍ୟ ପୁରୁଷ ସହ ଫେରାର ହେଲେ ବିବାହିତ ମହିଳା, କାବୁ କରି ମୁହଁ କଳା କରିବା ସହ ଜୋତା ମାଳ ପିନ୍ଧାଇ ବୁଲାଇଲେ ଗାଁ ଲୋକେ

କରନାଲ : ହରିୟାଣାର କର୍‌ନାଲରେ ଜଣେ ବିବାହିତ ମହିଳା ଅନ୍ୟ ପୁରୁଷ ସହ ଅବୈଧ ସଂପର୍କ ରଖି ଫେରାର ହେବା ପରେ ଗାଁ ଲୋକେ ସେମାନଙ୍କ ସହ ଯେଉଁ ଭଳି ଭାବରେ ବ୍ୟବହାର କରିଛନ୍ତି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ମହିଳାଜଣଙ୍କ ଦଳିତ ଯୁବକଙ୍କ ସହ ଫେରାର ହୋଇଥିବାରୁ ଗାଁ ଲୋକେ ଦୁହିଁଙ୍କୁ କାବୁ କରି ମାଡ଼ ମାରିବା ସହ ଜୋତା ମାଳ ପିନ୍ଧାଇ ବୁଲାଇଥିଲେ । ଏହା ସହ ଦୁହିଁଙ୍କ ମୁହଁରେ କଳା ରଙ୍ଗ ଲଗାଯାଇ ଗାଁ ଦାଣ୍ଡରେ ସେମାନଙ୍କୁ ଅପମାନିତ କରାଯାଇଥିଲା । ଏମିତି କି ପଞ୍ଚାୟତ ପକ୍ଷରୁ ଦୁହିଁଙ୍କୁ ଗାଁରୁ ବାହାରିଯିବା ପାଇଁ ମଧ୍ୟ ଆଦେଶ ଦିଆଯାଇଥିଲା ବୋଲି ଜଣା ପଡ଼ିଛି । ପୁଲିସକୁ ଏ ନେଇ ସୂଚନା ମିଳିବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ ।

Image result for haryana-dalit-man-married-woman-garlanded-with-shoes-paraded-in-karnal
NEWS – justicenews

ସୂଚନା ମୁତାବକ, ଗାଁର ବୋହୂ ଅନ୍ୟ ପୁରୁଷ ସହ ଅବୈଧ ସଂପର୍କ ରଖିଥିଲେ । ଯାହା ପାଇଁ ୧୫ଦିନ ପୂର୍ବରୁ ଦୁହେଁ ଘର ଛାଡ଼ି ଚାଲି ଯାଇଥିଲେ । ବୁଧବାର ଗାଁ ଲୋକେ ତାଙ୍କୁ କର୍‌ନାଲରୁ ଧରି ଗାଁକୁ ଆଣିବା ପରେ ମହିଳାଙ୍କ ଶାଶୁଘର ଲୋକେ ମୁହଁରେ କଳା ଲଗାଇ ଜୋତା ମାଳ ପିନ୍ଧାଇବା ସହ ଗାଁରେ ବୁଲାଇଥିଲେ । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପୀଡ଼ିତ ଯୁବକଙ୍କ ପରିବାର ଲୋକେ ଏବେ ପୁଲିସରେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର