ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡଙ୍କ ଦ୍ୱାରା ଅସଦାଚରଣର ଶିକାର ହେଲେ ୧୧ବର୍ଷୀୟ ନାବାଳିକା, ଗିରଫ କଲା ପୁଲିସ

ଗୁରୁଗ୍ରାମ୍‌ : ହରିୟାଣାରେ ଜଣେ ୧୧ବର୍ଷୀୟ ନାବାଳିକା ଅସଦାଚରଣ ଶିକାର ହୋଇଥିବା ଖବର ମିଳିଛି । ଜଣେ ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ କମାଣ୍ଡୋ ଏଭଳି ଅପରାଧ କରିଥିବା ବେଳେ ଖବରଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜୁଲାଇ ୧୫ରେ ଘଟଣାଟି ଘଟିଥିବା ବେଳେ ପୁଲିସ ଅଭିଯୁକ୍ତ କମାଣ୍ଡୋକୁ ଗିରଫ କରି ନେଇଥିବା ଜଣା ପଡ଼ିଛି ।

Zócalo Public Square

ସୂଚନା ମୁତାବକ, ଜୁଲାଇ ୧୫ ତାରିଖରେ କ୍ୟାଣ୍ଟିନକୁ ଦହି ପ୍ୟାକେଟ କିଣିବାକୁ ପୀଡ଼ିତା ଯାଇଥିଲେ । ଦହି କିଣି ଫେରୁଥିବା ବେଳେ ଅଭିଯୁକ୍ତ କମାଣ୍ଡୋ ତାଙ୍କୁ ଅଟକାଇବା ସହ ଅଶାଳୀନ ଭାବେ ସ୍ପର୍ଶ କରିଥିଲେ । ସେଠାରେ କିଛି ନ କହି ପୀଡ଼ିତା ତୁରନ୍ତ ନିଜ ଘରକୁ ଯାଇ ନିଜ ମା’ଙ୍କୁ ପୂରା ଘଟଣା ବିଷୟରେ ଜଣାଇଥିଲେ । ଏହା ପରେ ପୀଡ଼ିତାଙ୍କ ମା’ ପୁଲିସରେ ଅଭିଯୋଗ କରିବା ପରେ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି କମାଣ୍ଡୋ ପ୍ରବିନ୍ଦ କୁମାରଙ୍କୁ ଗିରଫ କରିଛି ପୁଲିସ ।

ସମ୍ବନ୍ଧିତ ଖବର