ମିଛ ଦୁଷ୍କର୍ମର ଆରୋପ ଲଗାଇ ପତ୍ନୀ ବ୍ଲାକ୍ମେଲ କରୁଥିବାରୁ ଆତ୍ମହତ୍ୟା କଲେ ଫାର୍ମାସିଷ୍ଟ
ପାନିପତ : ହରିୟାଣାର ପାନିପତରେ ଜଣେ ଫାର୍ମାସିଷ୍ଟି ପତ୍ନୀଙ୍କ ଦ୍ୱାରା ବ୍ଲାକ୍ମେଲିଂର ଶିକାର ହୋଇ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ନିଜକୁ ବିଷାକ୍ତ ଇଞ୍ଜେକ୍ସନ୍ ଦେଇ ପୀଡ଼ିତ ଏଭଳି ପଦକ୍ଷେପ ନେଇଥିବା ନେଇ ସୂଚନା ମିଳିଛି । ମୃତ୍ୟୁ ପୂର୍ବରୁ ୬ପୃଷ୍ଠା ବିଶିଷ୍ଟ ସୁଇସାଇଡ୍ ନୋଟ୍ରେ ନିଜର ମୃତ୍ୟୁ ପାଇଁ ସ୍ତ୍ରୀ, ଶାଶୁ, ଶଳା ଓ ଶାଳୀକୁ ଦାୟୀ କରିବା ସହ ୯୦ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତ । ଏହା ସହ ସୁଇସାଇଡ୍ ନୋଟ୍ରେ ଜଣେ ମେଡିକାଲ ଷ୍ଟୋର ସଞ୍ଚାଳକଙ୍କ ନାଁ ନେଇ ସେ ୧୦ଲକ୍ଷ ଟଙ୍କା ହଡ଼ପ କରିଥିବାର ଅଭିଯୋଗ କରିଛନ୍ତି ପୀଡ଼ିତ । ଘଟଣାଟି ବୁଧବାର ସକାଳେ ଘଟିଥିବା ଜଣା ପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଲତିଫ୍ ଗାର୍ଡେନରେ ରହୁଥିବା ବଳବାନ ସିଂହ ମଲିକ୍ଙ୍କ ପ୍ରଥମ ପତ୍ନୀ ସଙ୍ଗୀତାଙ୍କ ମୃତ୍ୟୁ ପରେ ସେ ରୋହତକରେ ରହୁଥିବା କିରଣଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ପେସାରେ କିରଣ ଜଣେ ଶିକ୍ଷୟତ୍ରୀ ଥିବା ବେଳେ ବଳବାନ ଜିଲ୍ଲା ଜେଲ୍ରେ ଫାର୍ମାସିଷ୍ଟ୍ ଭାବେ କାମ କରୁଥିଲେ । ବଳବାନଙ୍କ ପ୍ରଥମ ପତ୍ନୀଙ୍କଠାରୁ ହୋଇଥିବା ପୁଅ ନବୀନଙ୍କ ଅଭିଯୋଗ ଅନୁଯାୟୀ, ବିବାହ ପରେ କିରଣ ଓ ତାଙ୍କ ମା’ ଘରୁ ଥର ଥର କରି ୯୦ ଲକ୍ଷ ଟଙ୍କାର ଜିନିଷ ଚୋରି କରି ନେଇଥିଲେ । ଏ ନେଇ ବିରୋଧ କରିବାରୁ ଗତ ଅପ୍ରେଲ ମାସରେ କିରଣ ବଳବାନଙ୍କ ଉପରେ ଦୁଷ୍କର୍ମର ଅଭିଯୋଗ ମଧ୍ୟ କରିଥିଲେ । ତେବେ ମାମଲାର ଫେରାଇ ଆଣିବା ପାଇଁ କିରଣ ବଳବାନଙ୍କୁ ବ୍ଲାକ୍ମେଲ କରିବା ସହ ଘର ବିକ୍ରି କରି ଟଙ୍କା ଦେବାକୁ ବାଧ୍ୟ କରିଥିଲେ । ବାରମ୍ବାର ବ୍ଲାକ୍ମେଲ ହେବା ପରେ ଶେଷରେ ବୁଧବାର ଆତ୍ମହତ୍ୟାକୁ ବାଛି ନେଇଥିଲେ ବଳବାନ ।