ହରିୟାଣା: ରେଓ୍ଵାରି ଝିଅକୁ ଦିନ ଦି’ପହରେ ଅପହରଣ କରି ଗଣଦୁଷ୍କର୍ମ କଲେ ୧୨ ଜଣ ଲୋକ

ଗୁରୁଗ୍ରାମ: ଦିନ ଦି’ପହରେ ଜଣେ ଝିଅକୁ ଅପହରଣ କରି, ନିଶା ଖୁଆଇ ହରିୟାଣାର ଗାଡ଼ିରେ ତିନିଟି ଜିଲ୍ଲା ବୁଲାଇବା ପରେ ୧୨ ଜଣ ଲୋକ ତା’ ସହ ଦୁଷ୍କର୍ମ କରିଛନ୍ତି।

ରେଓ୍ଵାରି ଅନ୍ତର୍ଗତ କୋସଲି ଗାଁ’ର ସେ ପୀଡ଼ିତା ୨୦୧୬ରେ ନିଜ ଶିକ୍ଷାଗତ କୃତ୍ୱିତ୍ୱ ନିମନ୍ତେ ନିକଟ ଅତୀତରେ ଜାତୀୟ ଖବରକାଗଜଗୁଡ଼ିକରେ ମୁଖ୍ୟ ଶିରୋନାମା ମଣ୍ଡନ କରିଥିଲେ।

ଗୁରୁବାର ଅପରାହ୍ଣ ୪ଟାରେ କୋଚିଙ୍ଗ୍‌ କ୍ଲାସ୍‌ ସାରି ଘରକୁ ଫେରୁଥିବା ବେଳେ ତାଙ୍କୁ ମହେନ୍ଦ୍ରଗଡ଼ର କନିନା ବସ୍‌ଷ୍ଟାଣ୍ଡ୍‌ରୁ ତିନିଜଣ କଲେଜ ଛାତ୍ର ତାଙ୍କୁ ଅପହରଣ କରି ନେଇଥିଲେ। ଅଭିଯୁକ୍ତମାନେ ତାଙ୍କୁ ନିଶା ଖୁଆଇ ଗାଡ଼ିରେ ବସାଇ ଝାଜ୍ଜର ସୀମାନ୍ତ ନିକଟରେ ଥିବା ବିଲକୁ ନେଇ ଯାଇଥିଲେ। ସେଠାରେ ତାଙ୍କର ସହଯୋଗୀମାନେ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ତାଙ୍କ ସହ ପ୍ରାୟ ୧୨ ଜଣ ବ୍ୟକ୍ତି ଦୁଷ୍କର୍ମ କରିଥିବା କଥା ପୀଡ଼ିତା ମନେପକାଇ କହୁଛନ୍ତି।

ପରେ ସେମାନେ ତଥାପି ନିଶାସକ୍ତ ଥିବା ସେ ଝିଅକୁ କାନିନାର ଯେଉଁ ବସ୍‌ଷ୍ଟାଣ୍ଡ୍‌ରୁ ନେଇଥିଲେ ସେଠାରେ ଫିଙ୍ଗି ଦେଇଥିଲେ। ତା’ପରେ ଅଭିଯୁକ୍ତମାନେ ଝିଅ ଘରକୁ ଫୋନ୍‌ କରି ବାପମାଆଙ୍କୁ ଖବର ଦେଇଥିଲେ କି, ସେମାନଙ୍କ ଝିଅ ଚେତା ହରାଇ ବସ୍‌ଷ୍ଟାଣ୍ଡ୍‌ରେ ପଡ଼ିଛି।

ପରିବାର ଲୋକେ ଝିଅକୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନାକୁ ନେଇଯିବାରୁ ତାଙ୍କ ସହ ଦୁଷ୍କର୍ମ କରାଯାଇଥିବା କଥା ଡାକ୍ତରମାନେ କହିଥିଲେ। ରେଓ୍ଵାରି ଥାନାରେ ଏକ ଜିରୋ ଏଫ୍‌ଆଇଆର୍‌ ରେଜିଷ୍ଟ୍ରି କରାଯାଇ ପରେ ତାହାକୁ କନିନା ଥାନାକୁ ପଠାଇ ଦିଆଯାଇଛି।

କ୍ଷୋଭର କଥା, ଘଟଣା ତାଙ୍କ ଅଞ୍ଚଳରେ ଘଟିନାହିଁ କହି କନିନା ଥାନା ଏଫ୍‌ଆଇଆର୍‌ ଫେରାଇ ଦେଲା। ତିନି ଅପହର୍ତ୍ତାଙ୍କୁ ସେ ଝିଅ ଚିହ୍ନିଥିଲେ ବି ସେମାନଙ୍କୁ ଗିରଫ କରାଯାଇ ନାହିଁ।

ସମ୍ବନ୍ଧିତ ଖବର