ହରିୟାଣାରେ ଗଣଦୁଷ୍କର୍ମର ଶିକାର ହେଲେ ବିଦେଶିନୀ, ଛାଡ଼ି ଦେବା ବାହାନାରେ ୧୦ଜଣ ମିଶି କଲେ ଗଣଦୁଷ୍କର୍ମ

ଚଣ୍ଡିଗଡ଼ : ହରିୟାଣାରେ ଘଟିଛି ଏକ ଲଜ୍ଜାଜନକ ଘଟଣା । କେନିଆରୁ ଭାରତ ଭ୍ରମଣରେ ଆସିଥିବା ଜଣେ ୩୧ବର୍ଷିୟା ମହିଳାଙ୍କୁ ୧୦ଜଣ ଯୁବକ ମିଶି ଗଣଦୁଷ୍କର୍ମ କରିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ନେଇ ପୀଡ଼ିତା ଜଣଙ୍କ ପୁଲିସରେ ଅଭିଯୋଗ କରିବା ପରେ ୧୦ଜଣଙ୍କ ମଧ୍ୟରୁ ୩ଜଣଙ୍କୁ ପୁଲିସ ଗିରଫ କରିବା ସହ ପୀଡ଼ିତାଙ୍କୁ ଡ଼ାକ୍ତରୀ ପରୀକ୍ଷା ପାଇଁ ଡ଼ାକ୍ତରଖାନାକୁ ପଠାଇଛି ।
ପୀଡ଼ିତା କରିଥିବା ଅଭିଯୋଗ ଅନୁଯାୟୀ, ସେ ଏକ ପାର୍ଟିରେ ଯୋଗ ଦେବା ପାଇଁ ଏମ୍‌ଜି ରୋଡ଼ରେ ଥିବା ବ୍ରିଷ୍ଟୋଲ ହୋଟେଲକୁ ଯାଇଥିଲେ । ରାତି ପ୍ରାୟ ୧୨.୪୦ ସମୟରେ ପାର୍ଟି ସରିବା ପରେ ରହୁଥିବା ସ୍ଥାନକୁ ଫେରିବା ପାଇଁ ସେ କ୍ୟାବ୍‌କୁ ଅପେକ୍ଷା କରିଥିବା ବେଳେ ଏକ ସ୍କର୍ପିଓ ଗାଡ଼ିରେ ୩ଜଣ ଆସି ତାଙ୍କ ପାଖରେ ପହଞ୍ଚିଥିଲେ । କୁଆଡ଼େ ଯିବେ ଆମେ ଛାଡ଼ି ଦେବୁ କହି ସେମାନେ ପୀଡ଼ିତାଙ୍କୁ ଗାଡ଼ିରେ ବସିବା ପାଇଁ କହିଥିଲେ । ମୁହଁରୁ ୩ଜଣ ଅତି ସାଧାରଣ ଦେଖା ଯାଉଥିବାରୁ ପୀଡ଼ିତା ଜଣଙ୍କ କିଛି ନ ଭାବି ଗାଡ଼ିରେ ବସି ପଡ଼ିଥିଲେ ।

LiveYourDream.org

କିଛି ବାଟ ଯିବା ପରେ ୩ଜଣ ଯୁବକ ତାଙ୍କ ସହ ଅସଦାଚରଣ କରିବା ଆରମ୍ଭ କରିବା ସହ ଏକ ଘର ସାମ୍ନାରେ ଗାଡ଼ି ରଖିଥିଲେ । ଏହା ପରେ ସେ ପୀଡ଼ିତାଙ୍କୁ ଘର ଭିତରକୁ ନେଇ ଯାଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଘର ଭିତରେ ପୂର୍ବରୁ ଦୁଇ ଜଣ ଯୁବକ ଉପସ୍ଥିତ ଥିଲେ । ଯେଉଁମାନେ ମିଶି ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ । ୫ଜଣ ଦୁଷ୍କର୍ମ କରି ସାରିବା ପରେ ସେମାନେ ନିଜର ଅନ୍ୟ ୫ଜଣ ସାଥୀଙ୍କୁୁ ଡ଼କାଇ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିବା ପାଇଁ କହିଥିଲେ । ଏଥିରୁ ବଞ୍ଚିବା ପାଇଁ ପୀଡ଼ିତା ଜଣଙ୍କ ଶୌଚାଳୟ ଯିବା ବାହାନାରେ ସେଠାରୁ ଖସି ପଳାଇ ଆସିଥିଲେ । କିଛି ବାଟ ଆସିବା ପରେ ଏକ ପିସିଆର୍‌ ଭ୍ୟାନ୍‌ ଦେଖି ସେ ନିଜ ସହ ଘଟିଥିବା ଘଟଣା ସଂପର୍କରେ ଜଣାଇଥିଲେ ।
ପୀଡ଼ିତାଙ୍କ ଠାରୁ ସବୁ ଶୁଣି ସାରି ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ସଠାରେ କେବଳ ୩ଜଣ ଅଭିଯୁକ୍ତ ଉପସ୍ଥିତ ଥିବାରୁ ୩ଜଣଙ୍କୁ ଗିରପ କରିଥିଲା ପୁଲିସ ।

ସମ୍ବନ୍ଧିତ ଖବର