୧୨୦ ମହିଳାଙ୍କ ସହ ଦୁଷ୍କର୍ମ କରି ହରିୟାଣା ତାନ୍ତ୍ରିକ ଗିରଫ

ହିସାର: ୧୨୦ ଜଣ ମହିଳାଙ୍କ ସହ ଦୁଷ୍କର୍ମ କରି ତା’ର ଦୃଶ୍ୟାବଳୀକୁ ଭିଡିଓ କ୍ଲିପ୍‌ କରିଥିବା ଫଦେହାବାଦ ଅନ୍ତର୍ଗତ ତୋହନା ସହରର ଜଣେ ୬୦ ବର୍ଷିୟ ତାନ୍ତ୍ରିକଙ୍କୁ ହରିୟାଣା ପୁଲିସ ଗିରଫ କରିଛି।

ପୁଲିସ କହିଛି, ତାନ୍ତ୍ରିକ ବାବା ଅମରପୁରୀ ଓରଫ ବିଲୁ ସେ କ୍ଲିପ୍‌ଗୁଡ଼ିକ ଯୋଗେ ଉକ୍ତ ମହିଳାମାନଙ୍କୁ ବ୍ଲାକ୍‌ମେଲ୍‌ କରି ତାଙ୍କ ସହ ପୁଣି ଦୁଷ୍କର୍ମ କରୁଥିଲେ। ଭିନ୍ନ ଭିନ୍ନ ୧୨୦ ଜଣ ପୀଡ଼ିତାଙ୍କ ସହ ହୋଇଥିବା ଦୁଷ୍କର୍ମର କ୍ଲିପ୍‌ ଜବତ କରିଛି ପୁଲିସ। ନିଜ ସେଲ୍‌ଫୋନ୍‌ରେ ସ୍ୱୟଂ ତାନ୍ତ୍ରିକ ଏହି କ୍ଲିପ୍‌ ସବୁ ପ୍ରସ୍ତୁତ କରିଛି।

ଭିଡିଓ କ୍ଲିପ୍‌ଗୁଡ଼ିକୁ ସାର୍ବଜନୀନ କରି ଦେବେ ବୋଲି ଧମକ ଦେଇ ଅମରପୁରୀ ଦୁଷ୍କର୍ମ ସରବ୍ୟ ମହିଳାମାନଙ୍କୁ ବହୁବାର ଡକାଉଥିଲେ।
କ୍ଲିପ୍‌ଗୁଡ଼ିକର ଏକ ସିଡି ଅଭିଯୁକ୍ତଙ୍କର ଜଣେ ଆତ୍ମୀୟ ପୁଲିସକୁ ଦେଇଥିଲେ। ଫତେବାଦ ମହିଳା ଥାନା ଇନ୍‌-ଚାର୍ଜ, ଇନ୍‌ସ୍‌ପେକ୍ଟର୍‌ ବିମଳା ଦେବୀ କହନ୍ତି ଅମରପୁରୀଙ୍କୁ ୫ ଦିନ ସକାଶ ପୁଲିସ ରିମାଣ୍ଡ୍‌ରେ ନେଇଛି।

ସବୁ ପୀଡ଼ିତାଙ୍କର ପୂର୍ଣ୍ଣ ବିବରଣୀ ଯୋଗାଡ଼ କରି ସେମାନଙ୍କ ବୟାନ ରେକର୍ଡ କରିବାକୁ ଆମେ ବ୍ୟବସ୍ଥା କରୁଛୁ। ତାନ୍ତ୍ରିକଙ୍କ ବିରୋଧରେ ବୟାନ ଦେବାକୁ ୨ ଜଣ ମହିଳା ଆଗେଇ ଆସିଛନ୍ତି।

‘ଆଇପିସି’ର ବିଭିନ୍ନ ଦଫାରେ ଅମରପୁରୀଙ୍କୁ ବୁକ୍‌ କରାଯାଇଛି।

ସମ୍ବନ୍ଧିତ ଖବର