ଟଙ୍କା ଲୋଭରେ ଝିଅକୁ ଦୁଷ୍କର୍ମକାରୀଙ୍କ ହାତରେ ଟେକି ଦେଲା ମା’,ତା’ ପରେ….

ଚଣ୍ଡିଗଡ଼ : ଚଣ୍ଡିଗଡ଼ରେ ଘଟିଥିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସାମାନ୍ୟ କିଛି ଟଙ୍କା ପାଇଁ ଜଣେ ମହିଳା ମା’ର ମମତାକୁ ଭୁଲିଯିବା ସହ ଝିଅକୁ ଦୁଷ୍କର୍ମକାରୀଙ୍କ ହାତକୁ ଟେକି ଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଘଟଣା ସାମ୍ନାକୁ ଅସିବା ପରେ ପୁଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ମା’କୁ ଗିରଫ କରିଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ଅଭିଯୁକ୍ତ ଅନୀତା(୪୫) ବିବାହ ଉତ୍ସବରେ ଯୋଗ ଦେବା ବାହାନାରେ ନିଜ ନାବାଳିକା ଝିଅକୁ ନେଇ ଜଗ୍‌ଦୀଶ କଲୋନିରେ ଥିବା ଏକ ମନ୍ଦିରରେ ପହଞ୍ଚିଥିଲେ । ସେଠରେ ପୂର୍ବରୁ ଅଜୟ ନାମକ ଜଣେ ଯୁବକ ଉପସ୍ଥିତ ଥିବା ବେଳେ ଅନୀତା ନିଜ ଝିଅକୁ ତାଙ୍କ ସହ ପଠାଇଥିଲେ । ଅଜୟ ପୀଡ଼ିତାଙ୍କୁ ନେଇ ଜନଶୂନ୍ୟ ସ୍ଥାନରେ ଥିବା ଏକ ଘରକୁ ନେବା ପରେ ସେଠାରେ ପୂର୍ବରୁ ଅନ୍ୟ ୩ଜଣ ଅଭିଯୁକ୍ତ ଉପସ୍ଥିତ ଥିଲେ । ୪ ଜଣ ମିଶି ସହ ୫ ଘଣ୍ଟା ଦୁଷ୍କର୍ମ କରିବା ପରେ ପୀଡ଼ିତାଙ୍କୁ ଆଣି ତାଙ୍କ ଘର ବାହାରେ ଛାଡ଼ି ଦେଇଥିଲେ ।

Times of India

ପରଦିନ ଅଜୟ ପୀଡ଼ିତାଙ୍କ ଘରକୁ ଆସି ତାଙ୍କ ମା’ଙ୍କୁ ହଜାରେ ଟଙ୍କା ଦେଇଥିଲେ ବୋଲି ପୀଡ଼ିତା ପୁଲିସ ଆଗରେ ଜଣାଇଥିଲେ । ଟଙ୍କା ପାଇଁ ମୋ ମା’ ଜଣେ ପଡ଼ୋଶୀ ଦିଲ୍‌ବାଗ୍‌ ସିଂହଙ୍କୁ ମଧ୍ୟ ମୋ ସହ ଦୁଷ୍କର୍ମ କରିବାକୁ କହିଥିଲେ ବୋଲି ପୀଡ଼ିତା ପୁଲିସକୁ ଜଣାଇବା ପରେ ଅଭିଯୁକ୍ତ ମା’କୁ ପୁଲିସ ଗିରଫ କରିଛି । ଅନୀତାଙ୍କ ସମେତ ଅଜୟ ଏବଂ ଦିଲ୍‌ବାଗ୍‌ ସିଂହଙ୍କୁ ମଧ୍ୟ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ୩ଜଣ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର