ନୂଆଦିଲ୍ଲୀ: ଗୋଟିଏ ଦିନ ପରେ ବିଦାୟ ନେବ ବର୍ଷ ୨୦୧୭। ତା’ର ସ୍ଥାନ ପୂରଣ କରିବ ବର୍ଷ ୨୦୧୮। ଏଥି ପାଇଁ ବିଭିନ୍ନ ସଂସ୍ଥା, ଯୁବ ବର୍ଗମାନେ ପ୍ରସ୍ତୁତ ହୋଇ ସାରିଛନ୍ତି। କିନ୍ତୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କିଛି ଛାତ୍ର ନୂଆବର୍ଷକୁ ଭିନ୍ନ ଶୈଳୀରେ ପାଳନ କରିବାକୁ ଯୋଜନା ବନାଇଥିଲେ କିନ୍ତୁ ତା’ ପୂର୍ବରୁ ସେମାନେ ପୁଲିସ ହାତରେ ଛନ୍ଦି ହୋଇ ଯାଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ବିଶ୍ୱବିଦ୍ୟାଳୟର ୪ଜଣ ଛାତ୍ର ଡ୍ରଗସ୍ ଚାଲାଣ କରି ନୂଆବର୍ଷ ପାଳନ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ନାର୍କୋଟିକସ୍ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଶନିବାର କହିଛି, ଗୁଇନ୍ଦା ସଂସ୍ଥା ପକ୍ଷରୁ ସୂଚନା ମିିଳିବା ପରେ ୪ ଅଭିଯୁକ୍ତଙ୍କୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରିସର ନିକଟରୁ ଗିରଫ କରାଯାଇଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହିନ୍ଦୁ କଲେଜର ଛାତ୍ର ଡ୍ରଗସ୍ ଚାଲାଣର ମାଷ୍ଟର ମାଇଣ୍ଡ। ଏନ୍ସିବିି ଡେପୁଟି ଡାଇରେକ୍ଟର ଜେନେରାଲ(ନର୍ଥ ଜୋନ୍) ଏସ୍କେ ଝା କହିଛନ୍ତି, ସମସ୍ତ ୪ ଅଭିଯୁକ୍ତଙ୍କ ବିରୋଧରେ ଏନ୍ଡିପି(ନାର୍କୋଟିକ୍ସ ଡ୍ରଗସ୍ ଆଣ୍ଡ ସାଇକୋଟ୍ରୋପିକ ସବଟେନସ୍) ଧାରାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଅଭିଯୁକ୍ତଙ୍କ ଠାରୁ ୧.୧୪କିଲୋ ଚରସ ଓ ୩ଏଲଏସଡି(ଲିଓସରଜିକ୍ ଏସିଡ ଡାଇଟଲେମାଇଣ୍ଡ) ବ୍ଲୋଟ ପେପର ମିଳିଛି। ଅଭିଯୁକ୍ତମାନେ ଏହି ଡ୍ରଗସ୍କୁ ନୂଆବର୍ଷ ପାର୍ଟି ପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ନର୍ଥ କ୍ୟାମ୍ପସକୁ ଚାଲାଣ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ସେମାନେ ହିମାଚଳ ପ୍ରଦେଶରୁ ଡ୍ରଗସ୍ ଆଣୁଥିଲେ।