ଛାତ୍ରୀଙ୍କୁ ଦୁଷ୍କର୍ମ, ପ୍ରଧାନଶିକ୍ଷକ ଗିରଫ

ଚାରିଛକ/ନିମାପଡ଼ା : ନିମାପଡା ଥାନା ଛଣିଜଙ୍ଗ ପଞ୍ଚାୟତର ଜଅଁରା ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ଉକ୍ତ ବିଦ୍ୟାଳୟର ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଶିକ୍ଷକ ଜଣକ ହେଉଛନ୍ତି ନବଘନ ସେଠୀ। ଏନେଇ ପୀଡ଼ିତାଙ୍କ ମା’ ଥାନାରେ ଅଭିଯୋଗ କରିବାରୁ ପୁଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି। ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ଜଅଁରା ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ଆଜି ଉକ୍ତ ବିଦ୍ୟାଳୟର ଜଣେ ଶିକ୍ଷକ ପାଇଖାନା ଭିତରକୁ ଡାକି ନେଇ ଦୁଷ୍କର୍ମ କରିଥିଲେ। ଏହି କଥା କାହା ଆଗରେ ନ କହିବାକୁ ସେ ଛାତ୍ରୀଙ୍କୁ କହିଥିଲେ। ଏପରିକି ସ୍ମୁଲ୍‌ ଛାତ ଉପରୁ ଠେଲି ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ। ତେବେ ସ୍କୁଲ ଛୁଟି ହେବାପରେ ଶିକ୍ଷକ ଜଣକ ଉକ୍ତ ଛାତ୍ରୀକୁ ଏକୁଟିଆ ଅଟକାଇ ଅସଦାଚରଣ କରୁଥିବା ସମୟରେ ସହପାଠୀମାନେ ଏହା ଦେଖି ଦେଇଥିଲେ। ସେମାନେ ପୀଡ଼ତାଙ୍କ ପରିବାକୁ ଏହି ଘଟଣା ବିଷୟରେ କହିବା ପରେ ପରିବାର ଲୋକେ ଓ ଗ୍ରାମବାସୀ ସ୍କୁଲରେ ପହ‌ଞ୍ଚି ଶିକ୍ଷକଙ୍କୁ ଅଟକ ରଖି ପୋଲିସରେ ଖବର ଦେଇଥିଲେ। ଖବର ପାଇଁ ଚାରିଛକ ଫାଣ୍ତି ଅଧିକାରୀ ପ୍ରମୋଦ ସେଠୀ ଓ ନିମାପଡା ଥାନା ଅଧିକାରୀ ଜନାର୍ଦ୍ଦନ ପାଢୀ ଘଟଣା ସ୍ଥଳରେ ପହଁଚି ଅଭିଯୁକ୍ତ ଶିକ୍ଷକଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧିତ ଖବର