ହାଇେଓ୍ଵ ଲୁଟେରା ଗିରଫ

ଖଣ୍ଡଗିରି : ଗୁରୁବାର ବିଳମ୍ବିତ ରାତିରେ ଜଟଣୀ ଥାନା ଯାଁଳା ଫାଣ୍ଡି ପୁଲିସ ଏକ ହାଇେଓ୍ଵ ଲୁଟ୍‌ ଉଦ୍ୟମକୁ ବିଫଳ କରି ଜଣେ ଲୁଟେରାକୁ ଗିରଫ କରିଛି। କିନ୍ତୁ ଘଟଣାସ୍ଥଳରୁ ୨ ଜଣ ଚମ୍ପଟ ମାରିଛନ୍ତି। ଗିରଫ ଅଭିଯୁକ୍ତ ହେଲା ଜଟଣୀ ପୋଡ଼ପଡ଼ାର ବିଜୟ ରାଉତରାୟଙ୍କ ପୁଅ ସଂଯୋଗ(୨୬)। ଫେରାର୍‌ ଦ୍ୱୟଙ୍କ ପରିଚୟ ମିଳିଛି ଓ ସେମାନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ପୁଲିସ ସୂଚନାନୁସାରେ ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ବେଳେ କଟକ ମଧୁପାଟଣା ଅଞ୍ଚଳର ଉମାକାନ୍ତ ଦାସ ଏକ ଟାଟା ଏସି(ଓଡି୦୫ଜେ-୩୦୩୫)କୁ ନେଇ ଖୋର୍ଧା ଯାଉଥିଲେ। ସେ ଯାଁଳା ତଳଖେତା ଛକରେ ପହଞ୍ଚିଥିବାବେଳେ ହଠାତ୍‌ ସଂଯୋଗ ଓ ତା’ର ଅନ୍ୟ ୨ ସହଯୋଗୀ ଏକ ବାଇକ୍‌(ଓଡି୦୨ଏ୪୯୫୧)ରେ ଆସି ଉମାକାନ୍ତଙ୍କ ଗାଡ଼ିକୁ ଅଟକାଇଥିଲେ। ସେମାନେ ଉମାକାନ୍ତଙ୍କୁ ଗାଡ଼ିରୁ ଟାଣି ଆଣି ମାଡ଼ ମାରିବା ସହ ଟଙ୍କା ଓ ମୋବାଇଲ୍‌ ଫୋନ୍‌ ଛଡ଼ାଇବାକୁ ଉଦ୍ୟମ କରୁଥିଲେ। କିନ୍ତୁ ଏତିକିବେଳେ ଯାଁଳା ପିସିଆର୍‌  ପାଟ୍ରୋଲିଂ କରି ସେହି ବାଟ ଦେଇ ଯାଉଥିଲା ଓ ଗଣ୍ଡଗୋଳ ଦେଖି ପିସିଆର୍‌ ସେଠାରେ ଅଟକି ଯାଇଥିଲା। ପୁଲିସ ଗାଡ଼ି ଦେଖି ସଂଯୋଗର ୨ ସହଯୋଗୀ ଗହୀର ଭିତରକୁ ଦୌଡ଼ି ପଳାଇଥିଲେ। କିନ୍ତୁ ଫାଣ୍ଡି ଅଧିକାରୀ ଏସ୍‌ ଗ୍ରହାଚାର୍ଯ୍ୟ ସଂଯୋଗକୁ କାବୁ କରି ନେଇଥିଲେ।

ସମ୍ବନ୍ଧିତ ଖବର