ଆମେରିକାର ଭିଆଇପି ପବ ଟଏଲେଟ୍‌ରେ ହିନ୍ଦୁ ଦେବା-ଦେବୀଙ୍କ ଫଟୋ ଲାଗିଥିବା ଦେଖି ଭାରତୀୟ ମହିଳା କଲେ ଏଭଳି କାମ

ନୂଆଦିଲ୍ଲୀ: ଭାରତୀୟ ସଂସ୍କୃତିର ଦେବୀ-ଦେବତାଙ୍କୁ ନେଇ ଏକ ବିବାଦପୂର୍ଣ୍ଣ ଘଟଣା ଆମେରିକାରେ ଦେଖିବାକୁ ମିଳିଛି। ଆମେରିକା ନ୍ୟୁୟର୍କର ଏକ ଭିଆଇପି ପବ ଟଏଲେଟ୍‌ରେ ହିନ୍ଦୁ ଦେବା-ଦେବୀଙ୍କ ଫଟୋ ଲଗାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଓହିଓରେ ରହୁଥିବା ଅଙ୍କିତା ମିଶ୍ରା ନାମ୍ନୀ ଜଣେ ଭାରତୀୟ ମହିଳା ଆମେରିକା ନ୍ୟୁୟର୍କର ବୁଶଉଇକ୍‌ସ୍ଥିତ ଭିଆଇପି ପବ ‘ହାଉସ୍‌ ଅଫ୍‌ ୟସ୍‌’ ଟଏଲେଟ୍‌ରେ ହିନ୍ଦୁ ଦେବା-ଦେବୀଙ୍କ ଫଟୋ ଲାଗିଥିବା ଦେଖିବାକୁ ପାଇଥିଲେ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଅଙ୍କିତା ମିଶ୍ରା ନ୍ୟୁୟର୍କର ‘ହାଉସ୍‌ ଅଫ୍‌ ୟସ୍‌’ ଏହି ପବ୍‌କୁ ଯାଇଥିଲେ। ଏହି ପବରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାର୍ଟି ଚାଲିଥାଏ। ସେଠରେ ସେ ଟଏଲେଟର କାନ୍ଥରେ ହିନ୍ଦୁ ଦେବା-ଦେବୀଙ୍କ ଫଟୋ ଲଗାଯାଇଥିବା ଦେଖିବାକୁ ପାଇଥିଲେ। ଯାହାକୁ ଦେଖି ସେ ରାଗି ଯାଇଥିଲେ। ହିନ୍ଦୁ ଦେବାଦେବୀଙ୍କ ଏହି ଫଟୋ ସବୁକୁ ଦେଖିବା ପରେ ଅଙ୍କିତା ପବ୍‌ ମାଲିକଙ୍କୁ ମେଲ୍‌ କରି ନିଜର ଆପତ୍ତି ଜଣାଇଥିଲେ। ମେଲ୍‌ ପାଇବା ପରେ ପବ୍‌ ମାଲିକ ନିଜର ଭୁଲ ସ୍ୱୀକାର କରିଥିଲେ ଏବଂ ଭାରତୀୟ ସଂସ୍କୃତିକୁ ନ ବୁଝି ଏହି ଭୁଲ୍‌ କରିଛନ୍ତି ସେ ଏହି ଦେବା-ଦେବୀଙ୍କ ଫଟୋ ହଠାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର