ଚିକିତ୍ସାରୁ ବଞ୍ଚିତ ଏଡସ୍‌ ଆକ୍ରାନ୍ତ ଡାକ୍ତରଙ୍କ ବିରୋଧରେ ଅଭିଯୋଗ ଆଣି ଅନଶନରେ ବସିଲେ

ନୂଆଦିଲ୍ଲୀ: ସରକାରୀ ହସ୍‌ପିଟାଲ ଚିକିତ୍ସାରୁ ବଞ୍ଚିତ ଜଣେ ୨୨ବର୍ଷିଅ ଏଡସ୍‌ ଆକ୍ରାନ୍ତ ଯୁବକ ଅମରଣ ଅନଶନରେ ବସିଛନ୍ତି। ତାଙ୍କର ଏହି ବିକ୍ଷୋଭରେ ଅନ୍ୟ ଏଡସ୍‌ ଆକ୍ରାନ୍ତ ବ୍ୟକ୍ତ ବି ସାମିଲ ହୋଇଥିଲେ।

ଏଚଆଇଭି ଆକ୍ରାନ୍ତ ହୋଇଥିବା ଏହି ବ୍ୟକ୍ତି କହନ୍ତି, ନିକଟରେ ମୋର ବାମ ଗୋଡ଼ରେ ଅସ୍ତ୍ରୋପଚାର ହୋଇଥିଲା। ଯେଉଁଥିରେ କିଛି ଦିନ ପରେ ଅସୁବିଧା ଦେଖା ଦେଇଥିଲା। ମୁଁ ଏଥିପାଇଁ ଅସ୍ଥି ବିଶେଷଜ୍ଞ ଡାକ୍ତର ଦେବେନ୍ଦ୍ରଙ୍କ ପାଖକୁ ଯାଇଥିଲି। କିନ୍ତୁ ସେ ମୋର ଚିକିତ୍ସା କରିବାକୁ ମନା କରିଦେଇଥିଲେ ଏବଂ କହିଥିଲେ ତୁମେ ଯେଉଁଠି ଗୋଡ ଅସ୍ତ୍ରୋପଚାର କରିଛ ସେଠାକୁ ଯାଏ।

ଏଚଆଇଭି/ଏଡସ୍‌ ଓ ପ୍ରିଭେନ୍‌ସନ୍‌ ବିଭାଗର ଜିଲ୍ଲା ପ୍ରୋଗ୍ରାମ୍‌ ଅଫିସର ଡ. ୟୁ.ଏସ୍‌. ସୁଚଙ୍କ କହିବାନୁସାରେ, ରୋଗୀ ମୋ ପାଖକୁ ଅଭିଯୋଗ ନେଇ ଆସିଥିଲେ। ମୁଁ ଡାକ୍ତର ଦେବେନ୍ଦ୍ରଙ୍କ ନିକଟକୁ ଯିବା ପାଇଁ କହିଥିଲି। ପଞ୍ଜାବ ଏଡସ୍‌ କଣ୍ଟ୍ରୋଲ ସୋସାଇଟିର ଡେପୁଟି ଡାଇରେକ୍ଟର ଡାକ୍ତର ମିନୁ ସିଂହଙ୍କ ନାମରେ ବି ସେ ଅଭିଯୋଗ ଆଣିଥିଲେ।

ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏକ ଏନ୍‌ଜିଓର ଜଣେ ଡାକ୍ତର କୋଟନିସ୍‌ ଏହି ଏଡସ୍‌ ଆକ୍ରାନ୍ତଙ୍କୁ ସାହାଯ୍ୟ କରିଥିଲେ। ତାଙ୍କ ଅନୁଯାୟୀ, ଏଡସ୍‌ ଆକ୍ରାନ୍ତ ବ୍ୟକ୍ତିଙ୍କୁ ପାଞ୍ଚଦିନ ପାଇଁ ଚିକିତ୍ସା ଦେବାରୁ ବଞ୍ଚିତ କରାଯାଇଛି। ସେ ଏହି ସମୟ ଭିତରେ ଏଚ୍‌ଆଇଭି ଔଷଧ ବି ଖାଇ ନଥିଲେ। ଆକ୍ରାନ୍ତଙ୍କ ସହିତ ଅନ୍ୟ ଏଡସ୍‌ ଆକ୍ରାନ୍ତ ଡାକ୍ତର ଓ ନର୍ସ ଖରାପ ବ୍ୟବହାର କରିଥିଲେ ।

ପୀଡିତଙ୍କ ଅଭିଯୋଗକୁ ଖଣ୍ଡନ କରି ବରିଷ୍ଠ ଚକିତ୍ସା ଅଧିକାରୀ କୁଲବିନ୍ଦର ସିଂହ କହିଛନ୍ତି, ଦେବେନ୍ଦ୍ର ତାଙ୍କୁ ୫ ଦିନ ପାଇଁ ଆଣ୍ଟିବାୟୋଟିକ୍‌ ନେଇ ୫ଦିନ ପରେ ଦେଖା କରିବାକୁ କହିଥିଲେ। ତେବେ ରୋଗୀଙ୍କୁ ମେଡିକାଲ ରେକର୍ଡ ଦେଖାଇବା ପାଇଁ କୁହାଯାଇଥିଲା। ସେ ଏହି ରେକର୍ଡ ଦେଖାଇ ପାରିବେ ନାହିଁ ବୋଲି ମନା କରିଦେଇଥିଲେ। ତେବେ ଡାକ୍ତର ମେଡିକାଲ ରିପୋର୍ଟ ନ ଦେଖିଲେ ଚିକିତ୍ସା କରି ହେବ ନାହିଁ ବୋଲି କହିଥିଲେ। ପ୍ରତିଦିନ ଅନେକ ଏଚଆଇଭି ଓ ହେପାଟାଇସ୍‌ -ସି ରୋଗୀ ଚିକିତ୍ସା ପାଇଁ ଏଠାକୁ ଆସିଥାଆନ୍ତି। ସମସ୍ତଙ୍କୁ ଚିକିତ୍ସା ଦିଆଯାଇଥିବା ବେଳେ ତାଙ୍କୁ କାହିଁକି ମନା କରାଯିବ। ତାଙ୍କର ଓପିଡି ଯାଞ୍ଚ କରାଯାଇ ଆଣ୍ଟିବାୟୋଟିକ୍‌ ଦିଆଯାଇଥିଲା। କିନ୍ତୁ ଏହି ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି ହେବାକୁ ଜିଦ୍‌ ଧରି ବସିଥିଲେ। ଆମେ ଯେଉଁ ରୋଗୀଙ୍କୁ ଦରକାର ନଥାଏ ତାଙ୍କୁ ମେଡିକାଲରେ ଅଯଥା ଭର୍ତ୍ତି କରି ନ ଥାଉ।

ସମ୍ବନ୍ଧିତ ଖବର