ଆଇଫୋନ୍‌ରୁ ଡାଟା ଡିଲିଟ୍‌ କରି ଧରାପଡ଼ିଲେ ହନି, ଡାଟା ରିକଭରି ପରେ ଖୋଲିବ ଗୁମର

 

ମାତ୍ର ଡାଟା ଡିଲିଟ୍‌ କରିଥିବା କଥାକୁ ପୂରାପୂରି ଭାବେ ଅସ୍ୱୀକାର କରିଛନ୍ତି ହନିପ୍ରୀତ। ସେ ମୋବାଇଲ୍‌ ସଂପର୍କରେ କିଛି ଜାଣନ୍ତି ନାହିଁ ବୋଲି କହିଛନ୍ତି। ହନିଙ୍କ ମୁହଁରୁ ସତ ବାହାର କରିବାରେ ପୁଲିସ୍‌ ଅସମର୍ଥ ହେବାରୁ ତାଙ୍କ ଆଇଫୋନ୍‌କୁ ଏବେ ସାଇବର୍‌ ଲ୍ୟାବ୍‌ର ଗବେଷକମାନେ ପରିକ୍ଷା କରୁଛନ୍ତି। ଡାଟା ରିକଭରି କରାଇବାର ଚେଷ୍ଟା ଜାରି ରହିଛି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ସୋସିଆଲ୍‌ ମିଡିଆରେ ହନିପ୍ରୀତ ତାଙ୍କ ଫୋନ୍‌ରୁ ଆପତ୍ତିଜନକ ଭିଡିଓ ସବୁ ପୋଷ୍ଟ୍‍ କରୁଥିବା ଅଭିଯୋଗ ହୋଇଥିଲା।

ତେବେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥା ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଛକାପଞ୍ଝା ସମୟରେ ହନିପ୍ରୀତ ୧୭ଟି ସିମ୍‌କାର୍ଡ ବ୍ୟବହାର କରୁଥିଲେ। ସେହି ୧୭ଟି କାର୍ଡକୁ ଖୋଜିବା ପାଇଁ ପୁଲିସ୍‌ ଉଦ୍ୟମ ଜାରି ରଖିଛ। ଅକ୍ଟୋବର ୩ରୁ ଗିରଫ ହେବା ପରେ ୩୮ ଦିନ ଧରି ଲୁଚି ରହିଥିବା ସମୟରେ ହିଁ ହନି ଏହି ସିମ୍‌ଗୁଡ଼ିକ ବ୍ୟବହାର କରୁଥିବା ଜାଣିବାକୁ ମିଳିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥା ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଛକାପଞ୍ଝା ସମୟରେ ହନିପ୍ରୀତ ୧୭ଟି ସିମ୍‌କାର୍ଡ ବ୍ୟବହାର କରୁଥିଲେ। ସେହି ୧୭ଟି କାର୍ଡକୁ ଖୋଜିବା ପାଇଁ ପୁଲିସ୍‌ ଉଦ୍ୟମ ଜାରି ରଖିଛି।

ତେବେ, ଫୋନ୍‌ ବାବଦରେ ପଚରା ଯାଇଥିବା ଅନେକ ପ୍ରଶ୍ନର ମାତ୍ର ଗୋଟାଏ ଉତ୍ତର ଦେଇଛନ୍ତି ହନି। ସେ କହିଛନ୍ତି ଯେ ଡେରା ସଚ୍ଚା ସୌଦାର ଭଲ ମନ୍ଦ ବୁଝିବା ପାଇଁ ସେ ଏହା ମଧ୍ୟରେ କେବଳ ମଝିରେ ମଝିରେ ହ୍ଵାଟ୍‌ସଆପ୍‌ ବ୍ୟବହାର କରୁଥିଲେ। ଏ ସଂପର୍କରେ ହନିଙ୍କ ବନ୍ଧୁ ସୁଖଦୀପ୍‌ କୌର୍‌ କହିଛନ୍ତି ଯେ ହନି ଅଜଣା ଲୋକଙ୍କ ଜରିଆରେ ଭଲ ମନ୍ଦ ବୁଝୁଥିଲେ। ଫୋନ୍‌ କାଟିବା ପରେ ହନି ଅଜଣା ଲୋକଙ୍କୁ ନିଜ କାର୍‌ରୁ ଓହ୍ଲାଇ ଦେଇ ଚାଲି ଯାଉଥିଲେ।

ଶୁକ୍ରବାର ହନିପ୍ରୀତ ଇନ୍‌ସାନ୍‌ ଏବଂ ତାଙ୍କ ବନ୍ଧୁ ସୁଖଦୀପଙ୍କୁ ୧୪ ଦିନିଆ ପୁଲିସ୍‌ ହେପାଜତରେ ନିଆଯାଇଛି।

 

ଉଲ୍ଲେଖଯୋଗ୍ୟ, ଡେରା ସଚ୍ଚା ସୌଦାର ଅଧ୍ୟକ୍ଷା ବିପାସନା ଇନ୍‌ସାନ୍‌ଙ୍କୁ ଶୁକ୍ରବାର ହରିଆଣା ପୁଲିସ୍‌ର ସ୍ପେସାଲ୍‌ ଇନ୍‌ଭେଷ୍ଟିଗେଟିଂ ଟିମ୍‌(ଏସ୍‌ଆଇଟି) ଦୀର୍ଘ ୫ ଘଣ୍ଟା ଧରି ପଚରାଉଚରା କରିଥିଲା। ଅଗଷ୍ଟ ୨୫ରେ ହୋଇଥିବା ପଞ୍ଚକୁଲା ହିଂସାରେ ପ୍ରାୟ ୩୫ ଲୋକ ପ୍ରାଣ ହରାଇଥିବା ବେଳେ ୨୦୦ ଗୁରୁତର ହୋଇଥିଲେ। ସେହି ହିଂସାରେ ହନିଙ୍କ ସମେତ ବିପାସନାଙ୍କର ମଧ୍ୟ ସଂପୃକ୍ତି ଥିବା ସନ୍ଦେହ କରି ପୁଲିସ୍‌ ପଚରା ଉଚରା କରିଥିଲା।

ସମ୍ବନ୍ଧିତ ଖବର