ଅଲାସ୍କା: ଚିକାଗୋରୁ ହଂକଂ ଅଭିମୁଖେ ଯାଉଥିବା ୟୁନାଇଟେଡ ଏୟାରଲାଇନ୍ସର ଏକ ବିମାନରେ ଜଣେ ବ୍ୟକ୍ତି ଏଭଳି କାଣ୍ଡ କରିଥିଲେ ଯେଉଁଥିପାଇଁ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା। ବିମାନ ଭିତରେ ଥିବା ଦୁଇଟି ବାଥରୁମ୍ରେ ଜଣେ ଯାତ୍ରୀ ମଳ ପରିତ୍ୟାଗ କରି ପରେ ଏହାକୁ ଚାରିଆଡେ ଖେଳାଇ ଦେଇଥିବାର ଏକ ଘଟଣା ସାମ୍ନାକୁ ଆସିବା ପରେ ଏପରି ଘଟିଛି। ଯେଉଁଥିପାଇଁ ବିମାନକୁ ହଂକଂ ପରିବର୍ତ୍ତେ ଅଲାସ୍କାରେ ଅବତରଣ କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ବିମାନ ବନ୍ଦର ପୁଲିସଙ୍କ କହିବାନୁସାରେ ଆମକୁ ଏଭଳି ରିପୋର୍ଟ ମିଳିଛି କି, ୟୁନାଇଟେଡ ଏୟାରଲାଇନ୍ସରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ନିଜର ମଳ ତ୍ୟାଗ କରି ବାଥ୍ରୁମ୍ ଭିତରେ ଖେଳାଇ ଦେଇଥିଲେ। ତେବେ ଏହି ଯାତ୍ରୀଙ୍କର ଭିଏତନାମର ପାସ୍ପୋର୍ଟ ରହିଛି ତାଙ୍କର ବୟସ ୨୨ବର୍ଷ ବୋଲି ଜଣାପଡ଼ିଛି। ବିମାନ ଅବତରଣ କରିବା ସଙ୍ଗେସଙ୍ଗେ ଉକ୍ତ ଯାତ୍ରୀଙ୍କୁ ଗିରଫ କରାଯାଇଥିଲା। ଅଧିକାରୀ ପଚରାଉଚରା ପରେ ଉକ୍ତ ବ୍ୟକ୍ତିଙ୍କ ମାନସିକ ସ୍ଥିତିର ଯାଞ୍ଚ ପାଇଁ ହସ୍ପିଟାଲ ପଠାଇ ଦେଇଥିଲେ। ଏହି ବ୍ୟକ୍ତି କାହାରିକୁ ଡରାଇବା ପାଇଁ କିମ୍ବା କ୍ର୍ୟୁଙ୍କୁ ଅସୁବିଧାରେ ପକାଇବାର ଉଦ୍ଦେଶ୍ୟ ନ ଥିବାରୁ ତାଙ୍କ ଉପରେ କୌଣସି ଦୋଷ ଲାଗି ନାହିଁ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।
ବିମାନ ଭିତରେ ଏଭଳି କାଣ୍ଡ କରିଥିବା ବ୍ୟକ୍ତିଙ୍କ ସହ ବସିଥିବା ଜଣେ ବ୍ୟକ୍ତି କହନ୍ତି, ସେ ନିୟନ୍ତ୍ରଣ ବାହାରେ ଥିଲେ। ମୁଁ ତାଙ୍କୁ ବହୁ ଚେଷ୍ଟା କରିବି ଶାନ୍ତ କରି ପାରି ନଥିଲି। ବିମାନରେ ବସିଥିବା ଅନ୍ୟ ଯାତ୍ରୀମାନଙ୍କ କହିବାନୁସାରେ, ସେ ସିଟରେ ବସି ଗୋଡ ହଲାଉ ଥିଲେ। ନିଜର ମଳକୁ ବାହାର କରି ଏଣେତେଣ ଫିଙ୍ଗିବାରେ ଲାଗିଥିଲେ। ସେ ବିମାନ ଭିତରେ ଚାରିଆଡେ ନିଜର ମଳ ଖେଳାଇ ଦେଇଥିଲେ। କେବଳ ଏତିକି ନୁହେଁ,ନିଜର ପୋଷାକ ଖୋଲି ନିଜ ମୁତ୍ରରେ ତାକୁ ବୁଡାଇ ସେହି ପୋଷାକକୁ ଏଣେ ତେଣ ପୋଛିବାରେ ଲାଗିଥିଲେ।
ଏଭଳି ପରିସ୍ଥିତିରେ ବିମାନକୁ ହଂକଂ ପର୍ଯ୍ୟନ୍ତ ନେବା ସମୟରେ ଯାତ୍ରୀଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ଭାବି ପାଇଲଟ ଅଲାସ୍କାରେ ବିମାନ ଅବତରଣ କରିବା ପାଇଁ ସ୍ଥିର କରିଥିଲେ।
ୟୁନାଇଟେଡ ଏୟାରଲାଇନ୍ସଙ୍କ କହିବାନୁସାରେ, ବିମାନରେ ୨୪୫ଜଣ ଯାତ୍ରୀ ଥିଲେ। ଏଥିପାଇଁ କାହରିକୁ କିଛି କ୍ଷତି ପହଞ୍ଚି ନାହିଁ। ସମସ୍ତଙ୍କୁ ସୁରକ୍ଷିତ ଭାବେ ନିଜନିଜର ଗନ୍ତବ୍ୟସ୍ଥାନରେ ପହଞ୍ଚାଇ ଦିଆଯାଇଥିଲା।