ଅନର କିଲିଂ : ଫେସ୍‌ବୁକ୍‌ରେ କଥା ହେଉଥିବା ଦୁଇ ଯୁବକ-ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ଭାବି ଯୁବକଙ୍କୁ ହତ୍ୟା କଲେ ଯୁବତୀଙ୍କ ପରିବାର

ପାନିପତ(ହରିୟାଣା) : ଫେସ୍‌ବୁକ୍‌ ଜରିଆରେ ଯୁବତୀଙ୍କୁ ପ୍ରେମ କରିବା ହେଲା କାଳ । ଯୁବତୀଙ୍କ ପରିବାର ଲୋକଙ୍କୁ ଏହି ଖବର ମିଳିବା ପରେ କୌଣସି ସମାଧାନର ବାଟ ନ ବାହାର କରି ଯୁବକଙ୍କୁ ହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯୁବତୀଙ୍କ ପରିବାର ଲୋକେ ଯୁବକଙ୍କୁ ହତ୍ୟା କରିବା ସହ ପାନିପତରେ ଥିବା ଡ଼ାକ୍ତରଖାନା ଆଗରେ ଫିଙ୍ଗି ଦେଇଥିଲେ । ଏହି ଘଟଣା ପରେ ଯୁବକଙ୍କ ପରିବାର ଲୋକେ ଯୁବତୀଙ୍କ ବାପାଙ୍କ ସମେତ ଅନ୍ୟ ୬ଜଣଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୁଲିସ ଯୁବତୀଙ୍କ ବାପାଙ୍କ ସମେତ ୩ଜଣଙ୍କୁ ଡ଼ାକି ପଚରାଉଚରା କରିଥିବା ବେଳେ ଯୁବତୀଙ୍କ ପତ୍ତା ମିଳି ପାରି ନାହିଁ ।ଏ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ପୁଲିସ ।

Divya Marathi

ସୂଚନା ମୁତାବକ,ମୃତକ ମନ୍‌ଜିତ୍‌ ଗାଁ ପାଖରେ ଥିବା ଅଲ୍‌ଟ୍ରାଟେକ୍‌ ସିମେଣ୍ଟ କମ୍ପାନିରେ କାମ କରୁଥିଲେ । ଅଗଷ୍ଟ୯ରେ ମନ୍‌ଜିତ୍‌ କାମ ଅଛି କହି ବାହାରକୁ ଚାଲି ଯାଇଥିଲେ । ରାତି ୯ଟା ପରେ ତାଙ୍କ ଫୋନ ବନ୍ଦ ଆସିବାରୁ ପରିବାର ଲୋକେ ଚାରିଆଡ଼େ ଖୋଜିବା ପରେ ମନ୍‌ଜିତ୍‌ଙ୍କ ପତ୍ତା ମିଳି ନଥିଲା । ଅଗଷ୍ଟ୧୦ରେ ପୁଲିସକୁ ଡ଼ାକ୍ତରଖାନା ବାହାରେ ମୃତ ଦେହ ମିଳିବା ପରେ ବ୍ୟବଚ୍ଛେଦ କରାଇ ଚିହ୍ନଟ ପାଇଁ ତାଙ୍କର ଏକ ଫଟୋ ଫେସ୍‌ବୁକ୍‌ରେ ଛାଡ଼ିଥିଲେ । ୩ ଦିନ ପରେ ଅଗଷ୍ଟ ୧୩ ତାରିଖରେ ନିଜ ପୁଅକୁ ଚିହ୍ନଟ କରିବା ପରେ ପୁଲିସ ପାଖରେ ଯାଇ ପହଞ୍ଚିଥିଲେ ମନ୍‌ଜିତ୍‌ଙ୍କ ପରିବାର ଲୋକେ । ସେଠାରେ ପୁଲିସ ଘଟଣାକୁ ନେଇ କାହା ଉପରେ ସନ୍ଦେହ କରୁଛ ବୋଲି ପଚାରିବା ପରେ ‘ମୋ ପୁଅ ଫେସ୍‌ବୁକ୍‌ରେ ଜଣେ ଯୁବତୀଙ୍କ ସହ କଥା ହେଉଥିଲେ । ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ଭାବି ଯୁବତୀଙ୍କ ପରିବାର ଲୋକେ ଫୋନ କରି ମୋ ପୁଅକୁ ଡ଼ାକିବା ସହ ତାହାର ହତ୍ୟା କରିଥିବା’ କହିଥିଲେ ମନ୍‌ଜିତ୍‌ଙ୍କ ବାପା ସତୀଶ । ତଦନ୍ତରୁ ମନ୍‌ଜିତ୍‌ ବିବାହିତ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର