ପତ୍ନୀଙ୍କୁ ମାଡ଼ ମାରି ସ୍ୱାମୀ ଗିରଫ

ଭୁବନେଶ୍ୱର: ପତ୍ନୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଆଜି ନୂଆପଲ୍ଲୀ ଥାନା ପୁଲିସ ଅଭିଯୁକ୍ତ ପତିକୁ ଗିରଫ କରି କୋର୍ଟଚାଲାଣ କରିଛି। ତା ନାଁ ନନ୍ଦକିଶୋର ଦିଗଲ (୪୦)। ଘର ସାଲିଆସାହି ଅଦିବାସୀ ଗାଁରେ। ନନ୍ଦକିଶୋର ଦିଗଲ ଓ ତାଙ୍କ ପରିବାର ବର୍ଷେ ହେଲା ଏଠାରେ ରହି ଆସୁଛନ୍ତି। କିଛି ଦିନ ହେବ କୌଣସି କଥାକୁ ନେଇ ପତି-ପତ୍ନୀଙ୍କ ମଧ୍ୟରେ ଅଶାନ୍ତି ଦେଖା ଦେଇଥିଲା। ଗତକାଲି ନନ୍ଦକିଶୋର ନିଶାସକ୍ତ ଅବସ୍ଥାରେ ଘରକୁ ଆସି ସ୍ତ୍ରୀଙ୍କୁ ଗାଳିଗୁଲଜ କରିବା ସହ ବାପ ଘରୁ ଟଙ୍କା ଆଣିବାକୁ କହିଥିଲେ। ସ୍ତ୍ରୀ ଏହାକୁ ବିରୋଧ କରିବାରୁ ନନ୍ଦକିଶୋର ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ଆହତ ହୋଇ ସ୍ଥାନୀୟ ଲୋକଙ୍କ ସହାୟତାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏନେଇ ପରେ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଆରମ୍ଭ କରି ନନ୍ଦକିଶୋରଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର