ପତ୍ନୀକୁ ନିର୍ଯାତନା, ପତି ଗିରଫ

ଭୁବନେଶ୍ୱର: ପତ୍ନୀକୁ ନିର୍ଯାତନା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ସ୍ୱାମୀକୁ ଗିରଫ କରିଛି। ସେ ହେଲା କ୍ୟାପିଟାଲ ଥାନା ଅଧୀନ ଲକ୍ଷ୍ମୀ ନାରାୟଣ ବସ୍ତିର ନିବାସ ରଣସିଂହ (୩୮)। କିଛି ଦିନ ହେଲା ନିବାସ ଯୌତୁକ ପାଇଁ ପତ୍ନୀ ବନିତାଙ୍କୁ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ପତ୍ନୀ ଏହାକୁ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହୁଥିଲା। ଗତ ୧୭ ତାରିଖରେ ନିବାସ ପତ୍ନୀକୁ ବୁଲିବା ପାଇଁ ନେଇ ନିରାକାରପୁର ଜଙ୍ଗଲରେ ଛାଡ଼ି ଚାଲି ଆସିଥିଲେ। ବନିତା ୩ ଦିନ ପରେ ବାପ ଘର ଲୋକଙ୍କ ଦ୍ୱାରା ନିରାକାରପୁରରୁ ଉଦ୍ଧାର ହୋଇଥିଲେ। ବନିତା ଫେରିବାପରେ ୨୦ ତାରିଖରେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ନିବାସକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର