ସ୍ତ୍ରୀକୁ ମାଡ଼ମାରି ସ୍ୱାମୀ ଗିରଫ

ଚନ୍ଦ୍ରଶେଖରପୁର : ସ୍ତ୍ରୀକୁ ପ୍ରାଣାନ୍ତକ ଆକ୍ରମଣକରି ରକ୍ତାକ୍ତ କରିଦେଇଥିବା ଅଭିଯୋଗରେ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲା ସୁବାସ ଚନ୍ଦ୍ର ନାୟକ (୪୩)। ସେ ନୀଳାଦି୍ରବିହାର ପଣ୍ଡାପାର୍କ ବସ୍ତି ଅଞ୍ଚଳରେ ରହୁଥିବା ବେଳେ ତା’ର ସ୍ତ୍ରୀକୁ ସବୁବେଳେ ନିଶା ଖାଇ ମାଡ଼ ମାରୁଥିଲା। ଗତକାଲି ସୁବାସ ଓ ତା’ ସ୍ତ୍ରୀ ରୀନା ମଧ୍ୟରେ ଗଣ୍ଡଗୋଳ ହେବାରୁ ସେ ଏକ କାଠଫାଳିଆରେ ରୀନାକୁ ମାଡ଼ମାରି ରକ୍ତାକ୍ତ କରିଦେଇଥିଲା। ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହେବାରୁ ପୁଲିସ୍‌ ସୁବାସକୁ ଗିରଫକରି କୋର୍ଟ ଚାଲାଣକରି ଜେଲ୍‌ ପଠାଇଦେଇଛି।

ସମ୍ବନ୍ଧିତ ଖବର