ଗାଜିଆବାଦ୍ : ଗାଜିଆବାଦ୍ ଜିଲ୍ଲାର ମୋଦୀନଗରରେ ପ୍ରେମ ପ୍ରସଙ୍ଗକୁ ନେଇ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ବିବାହିତ ହୋଇ ମଧ୍ୟ ଅନ୍ୟ ପୁରୁଷ ସହ ଅନୈତିକ ସଂପର୍କ ରଖିଥିଲେ ମହିଳା । ସ୍ୱାମୀଙ୍କ ଅନୁପସ୍ଥିତିରେ ପ୍ରେମିକ ସହ ବୁଲି ଯାଉଥିବା ପତ୍ନୀଙ୍କ ପର୍ଦ୍ଦାଫାସ ସେତେବେଳେ ହୋଇଥିଲା, ଯେତେବେଳେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ସିନେମା ହଲ୍ରେ ଦେଖିଥିଲେ । କିନ୍ତୁ ପୂରା କହାଣୀକୁ ଓଲଟାଇ ଦେଇଥିଲେ ମହିଳା । ପ୍ରେମିକ ଉପରେ ପିଛା କରିବାର ଅରୋପ ଲଗାଇ ସମସ୍ତଙ୍କ ହାତରୁ ମାଡ଼ ଖୁଆଇବା ସହ ପୁଲିସରେ ଅଭିଯୋଗ ମଧ୍ୟ କରିଥିଲେ । କିନ୍ତୁ ପ୍ରେମିକ ପୁଲିସକୁ ପୂରା କାହାଣୀ ଜଣାଇବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ପୁଲିସ ।
oneindia.comସୂଚନା ମୁତବକ, ମହିଳାଜଣଙ୍କ ପେସାରେ ଶିକ୍ଷୟତ୍ରୀ ହୋଇଥିବା ବେଳେ ବିବାହ ପରେ ଅନ୍ୟ ପୁରୁଷ ସହ ପ୍ରେମ ସଂପର୍କ ରଖିଥିଲେ । କିଛି ଦିନ ପରେ ମହିଳାଙ୍କ ସ୍ୱାମୀକୁ ଏ ନେଇ ସନ୍ଦେହ ହୋଇ ଯାଇଥିବା ବେଳେ ମଙ୍ଗଳବାର ସ୍କୁଲ ନ ଯାଇ ଫିଲ୍ମ ଦେଖିବାକୁ ଯାଇଥିଲେ ମହିଳା । ଏ ନେଇ ଖବର ପାଇଁ ପଛେ ପଛେ ସିନେମା ହଲ୍ରେ ପହଞ୍ଚି ଯାଇଥିଲେ ମହିଳାଙ୍କ ସ୍ୱାମୀ । ଫିଲ୍ମ ମଝିରେ ମହିଳା ବାହାରକୁ ଆସିବା ପରେ ନିଜ ସ୍ୱାମୀଙ୍କୁ ଦେଖି ନିଜ ପ୍ରେମିକ ଉପରେ ମିଥ୍ୟା ଆରୋପ ଲଗାଇଥିଲେ । ବୁଧବାର ଏ ନେଇ ମହିଳା ଓ ତାଙ୍କ ସ୍ୱାମୀ ଅଭିଯୁକ୍ତ ପ୍ରେମିକ ବିରୋଧରେ ଏତଲା ଲେଖାଇବାକୁ ଯାଇଥିବା ବେଳେ ପୁଲିସ ପ୍ରେମିକକୁ ଡ଼ାକି ଅସଲ ଘଟଣା ଜାଣିବାକୁ ଚାହିଁଥିଲା । ପୁଲିସ ଷ୍ଟେସନରେ ପହଞ୍ଚି ମୁଁ ପିଛା କରୁ ନଥିଲି, ଆମେ ଦୁହେଁ ପ୍ରେମ ସଂପର୍କରେ ଥିଲୁ ବୋଲି କହିବା ସହ ପ୍ରମାଣ ଆକାରରେ ଫଟୋ ଓ ଭିଡିଓ ଦେଖାଇଥିଲା ପ୍ରେମିକ । ତେବେ ଦୁଇ ପକ୍ଷର କଥା ଶୁଣିବା ପରେ ଏବେ ତଦନ୍ତ ଆରମ୍ଭ କରିଛି ପୁଲିସ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/xcouple-1568878415.jpg.pagespeed.ic_.MBdQeoXgE7.jpg)