ପତ୍ନୀ ହତ୍ୟା ମାମଲାରେ ଜେଲ୍‌ ଗଲେ ସ୍ୱାମୀ

ବାଲିଅନ୍ତା: ଆଜି ବାଲିଅନ୍ତା ଥାନା ପୁଲିସ ବେକରେ ଗାମୁଛା ଗୁଡ଼ାଇ ପତ୍ନୀଙ୍କୁ ହତ୍ୟା କରିବା ମାମଲାରେ କାକରୁଦ୍ରପୁର ଗ୍ରାମର ଛବି ମଲ୍ଲିକ୍‌ ( ୪୦ ) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏସଂକ୍ରାନ୍ତରେ ମୃତ ମହିଳା ମାମିନା ମଲ୍ଲିକ୍‌ଙ୍କ ବାପା ସୁକାନ୍ତ ମଲ୍ଲିକ୍‌ ବାଲିଅନ୍ତା ଥାନାରେ ତାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ । ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ କେସ୍‌ ନଂ ୫୭ / ୧୮ ରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଫେରାର ଛବିକୁ ଧରିବା ପାଇଁ ଅନୁସନ୍ଧାନ ଚଳାଇଥିଲା । ହେଲେ ଘଟଣାର ଠିକ୍‌ ୧୦ ଦିନ ପରେ ଆଜି ବାଲିଅନ୍ତା ଥାନା ଅଧିକାରୀ ସୁଜିତ୍‌ ଦାସଙ୍କ ସମେତ ପୁଲିସ ଟିମ୍‌ ବାଲିପାଟଣା ଥାନା ଅଧୀନ ବନମାଳିପୁର ଅଞ୍ଚଳରୁ ମାମୁଘରେ ଲୁଚି ରହିଥିବା ଛବିକୁ କାବୁ କରିବାରେ ସଫଳ ହୋଇଥିଲେ । ଉଲ୍ଲେଖଯୋଗ୍ୟ ଗତ ୨୩ ତାରିଖ ବିଳମ୍ବିତ ରାତିରେ ମାମିନାଙ୍କର ଶୋଇବାଘରେ ମୃତ୍ୟୁ ଘଟିଥିବା ବେଳେ ପରଦିନ ପୂର୍ବାହ୍ନରେ ବେକରେ ଗାମୁଛାଗୁଡ଼ା ଅବସ୍ଥାରେ ବାଲିଅନ୍ତା ଥାନା ପୁଲିସ ତାଙ୍କ ଶବ ଜବତ କରି ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। କିନ୍ତୁ ପୁଲିସ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଛବିକୁ ଗିରଫ କରିପାରିନଥିଲା ।

ସମ୍ବନ୍ଧିତ ଖବର