ସ୍ତ୍ରୀର ରଙ୍ଗ ଶ୍ୟାମଳ ହୋଇଥିବାରୁ ହତ୍ୟା କଲା ସ୍ୱାମୀ, ଅନ୍ତିମସଂସ୍କାର ପାଇଁ ଶବ ନିଆଯିବା ବେଳେ ସାମ୍ନାକୁ ଆସିଲା ପ୍ରକୃତ ଘଟଣା

ପାଲି : ରାଜସ୍ଥାନର ପାଲିରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ଚର୍ମର ରଙ୍ଗ ପାଇଁ ହତ୍ୟାକାରୀ ପାଲଟିଛି ସ୍ୱାମୀ ସ୍ତ୍ରୀର ରଙ୍ଗ ଶ୍ୟାମଳ ହୋଇଥିବାରୁ ସ୍ୱାମୀ ସ୍ତ୍ରୀର ଗଳା ଚିପି ହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଥମେ ଏହା ହତ୍ୟା ବୋଲି କାହାକୁ ଜଣା ନ ଥିବା ବେଳେ ଶବ ସତ୍କାର ପାଇଁ ଶ୍ମଶାନକୁ ଯିବା ପରେ ସବୁ ସତ ସାମ୍ନାକୁ ଆସିଥିଲା । ପୀଡ଼ିତାଙ୍କ ପରିବାର ତାଙ୍କ ମୃତ୍ୟୁ ପରେ ଶ୍ମଶାନକୁ ନେଇଥିବା ବେଳେ ସେଠାରେ ତାଙ୍କ ଅଳଙ୍କାର କଢ଼ାଯିବା ସମୟରେ ବେକରେ ଥିବା ଦାଗ ଦେଖି ସେମାନଙ୍କ ମନରେ ସନ୍ଦେହ ଆସିଥିଲା। ଯାହା ପରେ ସେମାନେ ଶବ ସତ୍କାର ନ କରି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ପଚରାଉଚରା କରିବା ସହ ପୀଡ଼ିତାଙ୍କ ସ୍ୱାମୀଙ୍କୁ ଅଟକ ରଖିଥିବା ଜଣାପଡ଼ିଛି ।

Thailand Law

ସୂଚନା ମୁତାବକ,୪ମାସ ପୂର୍ବରୁ ଶିବପୁରାରେ ରହୁଥିବା ଗଙ୍ଗା ଢ଼ୁଣ୍ଡଲିରେ ରହୁଥିବା ସୁନୀଲଙ୍କୁ ବିବାହ କରିଥିଲେ। ସୁନୀଲ ଫୋନ ଯୋଗେ ଗଙ୍ଗାକୁ ସାପ କାମୁଡ଼ିବାରୁ ତା’ର ମୃତ୍ୟୁ ହୋଇଥିବା କହି ଗଙ୍ଗାଙ୍କ ପରିବାର ଲୋକଙ୍କୁ ଅନ୍ତିମ ସଂସ୍କାର ପାଇଁ ଡ଼କାଇଥିଲେ । ପୀଡ଼ିତାଙ୍କ ପରିବାର ସୁନୀଲଙ୍କ କଥା ମାନି ତାଙ୍କ ଘରେ ପହଞ୍ଚିବା ସହ ଶବ ସତ୍କାର ପାଇଁ ଶ୍ମଶାନ ଯାଇଥିଲେ । କିନ୍ତୁ ସେଠାରେ ଗଙ୍ଗାଙ୍କ ବେକରେ କ୍ଷତ ସ୍ଥାନ ଦେଖି ସନ୍ଦେହ ଉପୁଜିବାରୁ ସେମାନେ ପୁଲିସକୁ ଖବର ଦେଇଥିଲେ । ବିବାହ ପରେ ଗଙ୍ଗାର ଶ୍ୟାମଳ ରଙ୍ଗ ପାଇଁ ତା’ ଶାଶୁ ଘର ଲୋକେ ଅତ୍ୟାଚାର କରୁଥିଲେ । ଏହି କାରଣ ପାଇଁ ସେମାନେ ଗଙ୍ଗାର ହତ୍ୟା କରିଥାଇ ପାରନ୍ତି ବୋଲି ପୀଡ଼ିତାଙ୍କ ପରିବାର ଲୋକେ କହିଛନ୍ତି । ତେବେ ପ୍ରକୃତ ଘଟଣା କ’ଣ ତାହା ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର