ଲକ୍‌ଡାଉନ୍‌ ସମୟରେ ମହିଳାଙ୍କୁ ବାପଘରେ ରହିବା ମହଙ୍ଗା ପଡ଼ିଲା; ସ୍ୱାମୀ ସମ୍ପର୍କୀୟ ଭଉଣୀକୁ କଲେ ଦ୍ୱିତୀୟବିବାହ

ବରେଲି: ଲକ୍‌ଡାଉନ୍‌ ସମୟରେ ଉତ୍ତରପ୍ରଦେଶର ବରେଲି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଲକ୍‌ଡାଉନ୍‌ କାରଣରୁ ଜଣେ ମହିଳା ତାଙ୍କ ବାପ ଘରେ ଫସି ଯାଇଛନ୍ତି। ଏହାର ସୁଯୋଗ ନେଇ ତାଙ୍କ ସ୍ୱାମୀ ଦ୍ୱିତୀୟ ବିବାହ କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କୁ ଏହି ଖବର ତାଙ୍କ ୪ବର୍ଷ ପୁଅ ଫୋନ୍‌ କରି ଜଣାଇଥିଲା।

କେନ୍ଦ୍ରମନ୍ତ୍ରୀ ମୁଖତାର ଅବ୍ଦାସ ନକବିଙ୍କ ଭଉଣୀ ଓ ‘ମେରା ହକ୍‌ ପାଉଣ୍ଡେସନ୍‌’ ଅଧ୍ୟକ୍ଷ ଫରହତ ନକବିଙ୍କ କହିବାନୁସାରେ, କୋହାଡ଼ପୀରରେ ବସବାସ କରୁଥିବା ନସୀମଙ୍କ ବିବାହ ନଗରିୟାର ନଇମ୍‌ ମନ୍‌ସୁରୀଙ୍କ ସହିତ ୨୦୧୩ରେ ହୋଇଥିଲା। ନସୀମଙ୍କ ତିନିଟି ସନ୍ତାନ ବି ରହିଛି। ତେବେ ୨୦୨୦ ମାର୍ଚ୍ଚ ୧୯ ତାରିଖ ଦିନ ନସୀମଙ୍କୁ ନଇମ ତାଙ୍କ ବାପ ଘରେ ଛାଡ଼ି ଦେଇ ଆସିଥିଲେ। ମାର୍ଚ୍ଚ ୨୨ରେ ଜନତା କର୍ଫୁ ପରେ ଲକ୍‌ଡାଉନ୍‌ ଆରମ୍ଭ ହୋଇଯାଇଥିଲା, ଏହି କାରଣରୁ ନଇମ୍‌ଙ୍କ ପତ୍ନୀ ନସୀମ ତାଙ୍କ ବାପଘରେ ହିଁ ରହି ଯାଇଛନ୍ତି।

2013 में हुई थी शादी, तीन बच्चों का बाप है शख्स

ଏହି ସମୟରେ ନଇମ ନିଜ ମାଉସୀ ଝିଅକୁ ବିବାହ କରି ନେଇଥିବା ଜଣାପଡ଼ିଥିଲା। ନସୀମଙ୍କୁ ସ୍ୱାମୀଙ୍କ ଏହି ଦ୍ୱିତୀୟ ବିବାହ ଖବର ତାଙ୍କ ୪ବର୍ଷର ପୁଅ ଫୋନ୍‌ କରି ଦେବା ପରେ ସେ ଜାଣି ପାରିଥିଲେ। ନସୀମ ଯେତେବେଳେ ଶାଶୁଘରେ ପହଞ୍ଚି ସ୍ୱାମୀଙ୍କ ଏଭଳି ଦ୍ୱିତୀୟ ବିବାହକୁ ବିରୋଧ କରିଥିଲେ, ନଇମ୍‌ ଦୁଇ ପତ୍ନୀଙ୍କୁ ଏକାଠି ରଖିବେ ବୋଲି କହିଥିଲେ। କିନ୍ତୁ ନସୀମ ସ୍ୱାମୀଙ୍କ ଏଭଳି ପ୍ରସ୍ତାବରେ ରାଜି ହୋଇ ନ ଥିଲେ।

ନସୀମ ‘ମେରା ହକ ଫାଉଣ୍ଡେସନ୍‌’ର ଅଧ୍ୟକ୍ଷ ଫରହତ ନକବିଙ୍କୁ ସାହାଯ୍ୟ ଭିକ୍ଷା ମାଗିଛନ୍ତି। ଫରହତ ଏହି ଘଟଣାକୁ ନେଇ କହିଛନ୍ତି, ସେ ନସୀମଙ୍କ ସ୍ୱାମୀ ବିରୋଧରେ ଅଭିଯୋଗ କରିବେ ଓ ପୀଡ଼ିତା ମହିଳାଙ୍କୁ ନ୍ୟାୟ ଦେବେ।

ସମ୍ବନ୍ଧିତ ଖବର