୫ମାସ ପୂର୍ବରୁ ହୋଇଥିଲା ବିବାହ, ଯୌତୁକରେ ମଗାଯାଇଥିବା ଗୋଟେ ଦାବି ପୂରଣ ନ ହେବାରୁ ସ୍ୱାମୀ କଲା ଏଭଳି କାମ…

ସହରାସା: ବିହାରର ସହରସାରେ ଘଟିଥିବା ଏକ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଯୌତୁକ ନେବାକୁ ଅପରାଧ ବୋଲି ଘୋଷଣା କରାଯାଇଥିଲେ ମଧ୍ୟ ଏବେ ବି ଲୋକମାନେ ଯୌତୁକ ନେବା ଏବଂ ଦେବା ବନ୍ଦ କରୁ ନାହାନ୍ତି । ବିହାରର ସହରାସାରେ ମଧ୍ୟ ଯୌତୁକ ପାଇଁ ଗୋଟେ ନିରୀହ ଜୀବନ ଚାଲି ଯାଇଛି । ଯୌତୁକ ଆକାରରେ ଦାବି କରାଯାଇଥିବା ୫୦ହଜାର ଟଙ୍କା ନ ମିଳିବାରୁ ବିବାହର ୫ମାସ ପରେ ସ୍ୱାମୀ ନିଜ ସ୍ତ୍ରୀକୁ ହତ୍ୟା କରି ପଙ୍ଖାରେ ଝୁଲାଇ ଦେଇଛି । ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଅଭିଯୁକ୍ତ ସ୍ୱାମୀ ଏଭଳି ନାଟକ ରଚନା କରବା ସହ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି । ପୁଲିସକୁ ଏ ନେଇ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ନ ପାଇ ପୁଲିସ ଅଭିଯୁକ୍ତର ମା’କୁ ହେପାଜତକୁ ନେଇଥିବା ଜଣା ପଡ଼ିଛି ।

Dainik Bhaskar

ସୂଚନା ମୁତାବକ, ମୃତ ଆରତୀ ଏବଂ ଚନ୍ଦନଙ୍କ ବିବାହ ଚଳିତ ବର୍ଷ ଜୁଲାଇ ୨୪ରେ ହୋଇଥିଲା । ବିବାହ ସମୟରେ ଆରତୀଙ୍କ ବାପା ୩ଲକ୍ଷ ଟଙ୍କା ଏବଂ ଅନ୍ୟ ଜିନିଷ ସବୁ ଦେଇଥିଲେ । କିନ୍ତୁ ବିବାହର କିଛି ଦିନ ପରେ ଚନ୍ଦନ ଆରତୀଙ୍କୁ ବାପଘରୁ ଆଉ ୫୦ହଜାର ଟଙ୍କା ଆଣିବା ପାଇଁ କହିଥିଲେ । ଆରତୀ ଏ ବିଷୟରେ ବାପଘରେ ଜଣାଇବା ପରେ ସେମାନେ ଟଙ୍କା ଯୋଗାଡ଼ କରିବା ଆରମ୍ଭ କରିଥିଲେ । ଏ ମଧ୍ୟରେ ଆରତୀଙ୍କ ମୃତ୍ୟୁ ହେବାକୁ ନେଇ ତାଙ୍କ ପରିବାର ଲୋକେ ଚନ୍ଦନଙ୍କ ଉପରେ ହତ୍ୟା ଆରୋପ ଲଗାଇବା ସହ ଘଟଣାର ତଦନ୍ତ ଦାବି କରିଛନ୍ତି । ପ୍ରକୃତରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜାଣିବା ପାଇଁ ଫେରାର ଅଭିଯୁକ୍ତକୁ ସ୍ୱାମୀକୁ ଖୋଜୁଛି ପୁଲିସ ।

ସମ୍ବନ୍ଧିତ ଖବର