ସ୍ତ୍ରୀ ଫାଶୀ ଲଗାଉଥିବା ବେଳେ ରୋକିବା ପରିବର୍ତ୍ତେ ଲାଇଭ୍‌ ଭିଡିିଓ ବନାଇଲା ସ୍ୱାମୀ

ନୂଆଦିଲ୍ଲୀ : ଶାଶୁଘର ଲୋକେ ଯୌତୁକ ପାଇଁ ମାନସିକ ନିର୍ଯାତନା ଦେଉଥିବାରୁ ବେକରେ ରଶିି ଲଗାଇ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କିନ୍ତୁ ନିଜ ଆଖି ଆଗରେ ସ୍ତ୍ରୀକୁ ଆତ୍ମହତ୍ୟା କରୁଥିବା ଦେଖି ରୋକିବା ପରିବର୍ତ୍ତେ ସ୍ୱାମୀ ସେ ସମୟର ଭିଡ଼ିଓ ତିଆରି କରିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Current Punjabi News

ସୂଚନା ମୁତାବକ,ଗୁରୁବାର ରାତିରେ ପୀଡ଼ିତା ଆତ୍ମହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ପୀଡ଼ିତାଙ୍କ ପରିବାର ତରଫରୁ ଅଭିଯୋଗ କରାଯିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କ ସ୍ୱାମୀ ଏବଂ ଶାଶୁକୁ ଗିରଫ କରି ନେଇଥିଲେ । କିନ୍ତୁ ଶନିବାର ଏକ ଆତ୍ମହତ୍ୟାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଭିଡ଼ିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଯାଞ୍ଚ ପରେ ଭିଡ଼ିଓ ପୀଡ଼ିତା ଆତ୍ମହତ୍ୟା କରିବା ସମୟର ବୋଲି ଜଣା ପଡ଼ିବା ସହ ଏହି ଭିଡ଼ିଓକୁ ପୀଡ଼ିତାଙ୍କ ସ୍ୱାମୀ ଉତ୍ତୋଳନ କରିଥିବା ଜଣା ପଡ଼ିଥିଲା । ଏହି ଭିଡ଼ିଓରେ ପୀଡ଼ିତାଙ୍କ ସ୍ୱାମୀ ତାଙ୍କୁ ମରିବା ପାଇଁ କହୁଥିବା ବେଳେ ଘର ବାହାରେ ଠିଆ ହୋଇ ତାଙ୍କ ଶାଶୁ ଏବଂ ନଣଦ ଏପରି ନ କରିବା ପାଇଁ କହୁଥିବା ଦେଖିବାକୁ ମିଳିଛି । କିନ୍ତୁ ସେମାନେ ପୀଡ଼ିତାଙ୍କୁ ବଞ୍ଚାଇବାର ପ୍ରୟାସ କରିବା ପରିବର୍ତ୍ତେ କେବଳ ବାହାରେ ଠିଆ ହୋଇ ମନା କରୁଥିବାର ଦେଖିବାକୁ ମିଳିଥିଲା । ଅନ୍ୟ ପକ୍ଷରେ ଏ ଭିଡ଼ିଓ ଆସିବା ପରେ ଘଟଣା ପଛରେ ଆଉ କାହାର ହାତ ରହିଛି ତାହା ଜାଣିବା ପାଇଁ ପୁଲିସ ପୁଣି ଥରେ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର