ପ୍ରତିଦିନ ଝଗଡ଼ା ହେଉଥିବାରୁ ପତ୍ନୀକୁ ହତ୍ୟା କରିବା ସହ କଟା ମୁଣ୍ଡ ଧରି ପୁଲିସ ଷ୍ଟେସନରେ ପହଞ୍ଚିଲା ସ୍ବାମୀ

ବାରବାଙ୍କି: ଉତ୍ତରପ୍ରଦେଶର ବାରବାଙ୍କି ଜିଲ୍ଲାରୁ ଏକ ହୃଦୟ ଥରାଇଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଘରୋଇ କଳହକୁ କେନ୍ଦ୍ର କରି ସ୍ବାମୀ ନିଜ ପତ୍ନୀକୁ ହତ୍ୟା କରିବା ଓ କଟାମୁଣ୍ଡ ନେଇ ପୁଲିସ ଷ୍ଟେସନ ଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅଭିଯୁକ୍ତ ଯୁବକ କଟାମୁଣ୍ଡ ଧରି ପୁଲିସ ଷ୍ଟେସନ ଯାଉଥିବା ଦେଖି ଅଭିଯୁକ୍ତକୁ କାବୁ କରି ନେଇଥିଲା ପୁଲିସ। ଏବେ ପଚରାଉଚରା କରି ପ୍ରକୃତ ଘଟଣା ଜାଣିବା ପାଇଁ ପୁଲିସ ଚେଷ୍ଟା ଚଳାଇଛି।

ଅଭିଯୁକ୍ତର ନାଁ ଅଖିଲେଶ ରାୱତ୍ ବୋଲି ଚିହ୍ନଟ କରାଯାଇଥିବା ବେଳେ ସେ ଜହାଙ୍ଗିରାବାଦ୍ ଥାନା ଅନ୍ତର୍ଗତ ବହାଦୂରପୂରା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ପୁଲିସର କହିବା ମୁତାବକ, ଅଖିଳେଶ କଟା ମୁଣ୍ଡ ଧରି ଥାନା ଭିତରକୁ ପଶିବା ପୂର୍ବରୁ ପୁଲିସକର୍ମୀ ତାକୁ କାବୁ କରିନେଇଥିଲେ। ହାତରୁ କଟାମୁଣ୍ଡ ଛଡ଼ାଇବାକୁ ଚେଷ୍ଟା କରିବା ସମୟରେ ସେ ଜାତୀୟ ସଙ୍ଗୀତ ଗାଇବା ସହ ଭାରତ ମାତା କି ଜୟ କହିବା ଆରମ୍ଭ କରିଥିଲେ। କିଛି ସମୟ ପରେ ତାଙ୍କ ହାତରୁ ପତ୍ନୀଙ୍କର କଟା ମୁଣ୍ଡ ଛଡ଼ାଇ ଆଣିବାରେ ସଫଳ ହୋଇଥିଲା ପୁଲିସ।

पत्नी की गर्दन काटकर बोला भारत माता की जय, सिर लेकर पहुंचा थाने
aajtak.intoday.in

ପଡ଼ୋଶୀଙ୍କ କହିବା ମୁତାବକ, ଅଖିଲେଶ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା। କିନ୍ତୁ ଦୁହିଁଙ୍କ ପରିବାର ଲୋକ ଆସି ବୁଝାସୁଝା କରିବା ପରେ ଦୁହେଁ ସାଥୀରେ ରହୁଥିଲେ। କିନ୍ତୁ ସମାଧାନର ପୁଣି କିଛି ଦିନ ପରେ ଦୁହେଁ ଝଗଡ଼ା କରୁଥିଲେ। ଘଟଣା ଦିନ ମଧ୍ୟ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବାରୁ ଅଖିଲେଶ ତାଙ୍କ ପତ୍ନୀଙ୍କୁ ଘର ଭିତରକୁ ନେଇ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଗଳା କାଟିଦେଇଥିଲେ।

ସମ୍ବନ୍ଧିତ ଖବର