ଦିଅର ସହ ଶାରୀରିକ ସଂପର୍କ ରଖୁଥିଲା ସ୍ତ୍ରୀ, ଦୁହିଁଙ୍କୁ ଖଟ ଉପରେ ଦେଖି ଏଭଳି କାମ କଲା ସ୍ୱାମୀ

କାନପୁର : ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ ଏକ ହୃଦୟ ଥରାଇ ଦେବା ଭଳି ଘଟଣା ଘଟିଛି । ବିବାହ ପରେ ସ୍ତ୍ରୀ ନିଜ ଦିଅର ସହ ଶାରୀରିକ ସଂପର୍କ ରଖୁଥିବା ଜାଣି ସ୍ୱାମୀ ଯେଉଁ ପଦକ୍ଷେପ ନେଇଛି, ତାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ନିଜ ସ୍ତ୍ରୀକୁ ନିଜ ଭାଇ ସହ ଖଟ ଉପରେ ଦେଖି ପ୍ରଥମେ ନିଜ ଭାଇ ଓ ପରେ ନିଜ ସ୍ତ୍ରୀକୁ ନିର୍ମମ ଭାବେ ହାଣି ହତ୍ୟା କରିଛି ସ୍ୱାମୀ । ହତ୍ୟା ପରେ ଅଭିଯୁକ୍ତ ନିଜେ ପୁଲିସକୁ ଫୋନ କରି ଦୋଷ ସ୍ୱୀକାର କରିବା ପରେ ପୁଲିସ ଆସି ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, କାନପୁର ଜିଲ୍ଲାର ନର୍ବଲ ଥାନା କ୍ଷେତ୍ରରେ ଥିବା ନରୌରା ଗାଁରେ ଏଭଳି ଅଘଟଣ ଘଟିଛି । ବିବାହ ପରେ ରାଜେଶଙ୍କ ପତ୍ନୀ ତାଙ୍କ ପିଉସୀଙ୍କ ପୁଅ ମନୀଷ ସହ ଅବୈଧ ସଂପର୍କ ରଖିଥିବା ନେଇ ରାଜେଶଙ୍କୁ ସନ୍ଦେହ ହେଉଥିଲେ ମଧ୍ୟ ତାଙ୍କୁ କୌଣସି ପ୍ରମାଣ ମିଳୁ ନ ଥିଲା । ପ୍ରମାଣ ପାଇଁ ଘଟଣା ଦିନ ରାଜେଶ ଶୋଇବାର ନାଟକ କରିଥିଲେ । ରାଜେଶ ଶୋଇ ଯାଇଥିବା ଭାବି ତାଙ୍କ ପତ୍ନୀ ମନୀଷ ଶୋଇଥିବା ଘରକୁ ଚାଲି ଯାଇଥିଲେ । କିଛି ସମୟରେ ରାଜେଶ ମନୀଷ ଶୋଇଥିବା ଘରକୁ ଆସିବା ପରେ ଦୁହିଁଙ୍କୁ ଖଟ ଉପରେ ଦେଖି ରାଗରେ ଏକ ଧାରୁଆ ଅସ୍ତ୍ରରେ ଦୁହିଁଙ୍କୁ ଆକ୍ରମଣ କରିଥିଲେ ।

बेड पर देवर के साथ थी पत्नी, गुस्साए पति ने दोनों को काट डाला
aajtak.intoday.in

ହତ୍ୟା କରିବା ପରେ ରାଜେଶ ନର୍ବଲ ପୁଲିସକୁ ଫୋନ କରି ନିଜର ଅପରାଧ ସ୍ୱୀକାର କରିଥିଲେ । ସତ ଘଟଣା ଜାଣିବା ପାଇଁ ପୁଲିସ ରାଜେଶଙ୍କ ଘରେ ପହଞ୍ଚିଥିଲା । ତଳେ ପଡ଼ିଥିବା ଦୁଇ ମୃତଦେହ ଦେଖି ପୁଲିସର ସନ୍ଦେହ ଦୂର ହେବା ସହ ରାଜେଶକୁ ଗିରଫ କରିଥିଲା ପୁଲିସ ।

ସମ୍ବନ୍ଧିତ ଖବର