୩ ଜଣ ଲୋକ ପିଛା କରୁଥିବା ଅନୁଭବ କରି ପୁଲିସକୁ ଖବର ଦେଲେ ମହିଳା, ତଦନ୍ତ ପରେ ସାମ୍ନାକୁ ଆସିଲା ସ୍ୱାମୀଙ୍କ ଅସଲ ଚେହେରା

ନୂଆଦିଲ୍ଲୀ : ଦିଲ୍ଲୀରେ ଜଣେ ମହିଳାଙ୍କ ସହ ଘଟିଥିବା ଘଟଣା ତାଙ୍କ ସ୍ୱାମୀଙ୍କ ଅସଲ ଚେହେରାକୁ ସାମ୍ନାକୁ ଆଣିଛି। ୩ ଜଣ ଲୋକ ତାଙ୍କୁ ପିଛା କରୁଥିବାର ଖବର ପୀଡ଼ିତା ପୁଲିସରେ ଦେବା ପରେ ପୁଲିସ ୩ଜଣଙ୍କୁ ଗିରଫ କରି ପଚରାଉଚରା କରିଥିଲା । ପଚରାଉଚରା ପରେ ପୀଡ଼ିତାଙ୍କ ସ୍ୱାମୀ ତାଙ୍କ ଉପରେ ନଜର ରଖିବା ପାଇଁ ୩ଜଣଙ୍କୁ ପିଛା କରିବା ପାଇଁ କହିଥିବା ସାମ୍ନାକୁ ଆସିଲା । ସ୍ୱାମୀଙ୍କ ଏହି ରୂପ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ପୀଡ଼ିତା ।

Daily Times

ସୂଚନା ମୁତାବକ, ପୀଡ଼ିତା ପଞ୍ଜାବୀବାଗ୍‌ରେ ରହନ୍ତି । ସୋମବାର ସେ ଘର ପାଇଁ ଜିନିଷ କିଣିବା ପାଇଁ ବାହାରିଥିବା ବେଳେ କିଛି ଲୋକ ତାଙ୍କର ପିଛା କରୁଥିବା ଅନୁଭବ କରିଥିଲେ । ସେମିତି ହୋଇ ନ ଥିବ ବୋଲି ଭାବି ପୀଡ଼ିତା ଚାଣକ୍ୟ ପୁରୀରେ ଥିବା ନିଜ ସାଙ୍ଗଙ୍କ ହୋଟେଲକୁ ଯାଇଥିଲେ । କିନ୍ତୁ ସେଠାରେ ମଧ୍ୟ ୩ ଜଣ ଯୁବକ ପହଞ୍ଚି ଯାଇଥିଲେ । ଡ଼ରରେ ପୀଡ଼ିତା ନିଜ ପରିବାର ଲୋକଙ୍କୁ ଖବର ଦେବା ସହ ସେଠାରୁ ଖାନ୍‌ ମାର୍କଟ ଚାଲି ଯାଇଥିଲେ । ଖାନ୍‌ ମାର୍କେଟ୍‌ରେ ପୀଡ଼ିତାଙ୍କ ପରିବାର ଲୋକ ପହଞ୍ଚିଯିବାରୁ ୩ ଜଣ ଅଭିଯୁକ୍ତକୁ କାବୁ କରି ନେବା ସହ ପୁଲିସ ଷ୍ଟେସନରେ ଯାଇ ପହଞ୍ଚିଥିଲେ । ପୁଲିସ ୩ଜଣଙ୍କୁ ଧରି ପଚରାଉଚରା କରିବା ପରେ ସେମାନେ ପୀଡ଼ିତାଙ୍କ ସ୍ୱାମୀ ଏପରି କରିବାକୁ ଟଙ୍କା ଦେଇଥିବା କହିଥିଲେ । ଯାହାକୁ ଶୁଣି ପୀଡ଼ିତାଙ୍କ ହୋସ ଉଡ଼ି ଯାଇଥିଲା ।

ସମ୍ବନ୍ଧିତ ଖବର