ପତ୍ନୀଙ୍କ ପ୍ରେମିକଙ୍କୁ ଗଛରେ ବାନ୍ଧି ବାଡ଼େଇ ବାଡ଼େଇ ମାରିଲେ ସ୍ୱାମୀ!

ବେଙ୍ଗାଲୁର: କର୍ଣ୍ଣାଟକର ୟାଦଗିରି ଜିଲ୍ଳାରେ ଦେଖିବାକୁ ମିଳିଛି ଏକ ଲେମଟାଙ୍କୁରା ଦୃଶ୍ୟ। ପୁରୀର ଶାନ୍ତ୍ୱନୁ ପାତ୍ରଙ୍କ ପରି ପତ୍ନୀଙ୍କ ପରକୀୟା ପ୍ରୀତିରେ ଧୈର୍ଯ୍ୟହରା ହୋଇ ଆତ୍ମହତ୍ୟା ନକରି ତା’ର ଠିକ ଓଲଟା କାଣ୍ଡ ଘଟାଇଛନ୍ତି ଜଣେ ଯୁବକ।

ଘଟଣାଟି ଏପରି, ନର୍ମଳା ନାମକ ଜଣେ ମହିଳାଙ୍କର ଜଣେ ପୁରୁଷ ସହ ଅନୈତିକ ସଂପର୍କ ଥିବା କଥା ଜାଣି ପକାଇଲେ ସ୍ୱାମୀ ମନୋଜ(ଛଦ୍ମନାମ)। ମନୋଜ ପତ୍ନୀଙ୍କ ପରକୀୟା ପ୍ରୀତିରେ ଅତିଷ୍ଠ ହୋଇ ତାଙ୍କର କିଛି ଜଣ ବନ୍ଧୁଙ୍କ ସହ ଏ ବିଷୟରେ ଆଲୋଚନା କଲେ। ସେମାନେ ସମସ୍ତ ମିଶି ନିର୍ମଳାଙ୍କ ପ୍ରେମିକଙ୍କୁ ସର୍ବସାଧାରଣରେ ବେଇଜ୍ଜତ କରାଇବା ପାଇଁ ଯୋଜନା କଲେ। ଶେଷରେ ମନୋଜ ନିଜ ବନ୍ଧୁମାନଙ୍କ ସହ ମିଶି ତାଙ୍କ ପତ୍ନୀଙ୍କ ପ୍ରେମିକକୁ ଉଠାଇ ଆଣି ଏକ ଗଛରେ ବାନ୍ଧି ପକାଇଲେ। ବାନ୍ଧିବା ପରେ ସମେସ୍ତ ମିଶି ତାଙ୍କୁ ପିଟିବାରେ ଲାଗିଲେ। କିଛି ସମୟ ପରେ ମାଡ଼ ଖାଇ ଖାଇ ବିଚରା ପ୍ରେମିକଟିର ଜୀବନ ଚାଲି ଯାଇଥିଲା! ଲୋକଟି ମରି ଯାଇଥିବା ଜାଣିବା ପରେ ମାଡ଼ ମାରିଥିବା ମନୋଜ ଓ ତାଙ୍କ ବନ୍ଧୁ କେଉଁଆଡ଼େ ପଳାଇ ଯାଇଛନ୍ତି।

ଉଲ୍ଲେଖଯୋଗ୍ୟ, ସେମାନେ ନିର୍ମଳାଙ୍କୁ ମଧ୍ୟ ଏକ ଗଛରେ ବାନ୍ଧି ଏପରି ଅତ୍ୟାଚାର କରିଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ନିର୍ମଳାଙ୍କୁ ହସ୍ପିଟାଲ୍‌ ନେଇଥିଲା। ନିର୍ମଳାଙ୍କର ଚିକିତ୍ସା ଚାଲିଥିବା ବେଳେ ଅଭିଯୁକ୍ତମାନେ ଫେରାର୍‌ ଅଛନ୍ତି।

ସମ୍ବନ୍ଧିତ ଖବର