ବିବାହର ୬ମାସ ମଧ୍ୟରେ ସ୍ତ୍ରୀକୁ ସାଙ୍ଗମାନଙ୍କ ସହ ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କଲା ସ୍ୱାମୀ, ମନା କରିବାରୁ କଲା ଏଭଳି କାମ

ପଟନା : ବିହାରରେ ସ୍ୱାମୀର ସାଙ୍ଗମାନଙ୍କ ସହ ଶାରୀରିକ ସଂପର୍କ ସ୍ଥାପନ ରଖିବା ପାଇଁ ମନା କରିବା ଜଣେ ମହିଳାଙ୍କୁ ଭାରୀ ପଡ଼ିଛି । ଏପରି ନ କରିବାରୁ ଅଭିଯୁକ୍ତ ସ୍ୱାମୀ ଏବଂ ତା’ର ସାଙ୍ଗମାନେ ପୀଡ଼ିତାଙ୍କୁ ମାଡ଼ ମାରିବା ସହ ବାଇକ୍‌ ଚଢ଼ାଇ ହତ୍ୟା ଉଦ୍ୟମ କରିଥିଲେ । ପରେ ପୀଡ଼ିତା ବେହୋସ ହୋଇଯିବାରୁ ମୃତ ବୋଲି ଭାବି ସେଠାରୁ ତାଙ୍କ ସ୍ୱାମୀ ଏବଂ ସାଙ୍ଗମାନେ ଚାଲି ଯାଇଥିଲେ । ପରେ ରାସ୍ତାରେ ଯାଉଥିବା କିଛି ଲୋକ ପୀଡ଼ିତାଙ୍କୁ ନେଇ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଇବା ପରେ ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ଏ ନେଇ ସୂଚନା ପାଇ ପୁଲିସ ଡ଼ାକ୍ତରଖାନାରେ ପହଞ୍ଚିଥିବା ବେଳେ ପୀଡ଼ିତା ସବୁ ଘଟଣା ବିଷୟରେ ଜଣାଇଥିଲେ ।

ପୁଲିସ ଦେଇଥିବା ସୂଚନା ମୁତାବକ,ଝାରଖଣ୍ଡର ଧାନ୍‌ବାଦ୍‌ରେ ପୀଡ଼ିତା ରହୁଥିବା ବେଳେ ବର୍ଷେ ପୂର୍ବରୁ ସେ ମାଧେପୁରାରେ ଥିବା ନର୍ସିଂହୋମ୍‌କୁ ନର୍ସ ହିସାବରେ କାମ କରିବା ପାଇଁ ଆସିଥିଲେ । ନର୍ସିଂହୋମ୍‌ ପାଖରେ ପ୍ରିଣ୍ଟିଂ ପ୍ରେସ୍‌ ଚଳାଉଥିବା ଜଣେ ଯୁବକ ସହ ପୀଡ଼ିତାଙ୍କର ପରିଚୟ ହୋଇଥିଲା । ଧିରେ ଧିରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହେବା ପରେ ୬ମାସ ପୂର୍ବରୁ ଦୁହେଁ ବିବାହ କରିଥିଲେ । ବିବାହ କିଛି ଦିନ ଭଲ ଚାଲିଥିବା ବେଳେ ଧିରେ ଧିରେ ଅଭିଯୁକ୍ତ ସ୍ୱାମୀ ଅଜବ ଅଜବ ଦାବି କରିବା ସହ ମାଡ଼ ମାରିବା ଆରମ୍ଭ କରିଥିଲା । ପରେ ନିଜ ସାଙ୍ଗମାନଙ୍କ ସହ ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିବା ଆରମ୍ଭ କରିଥିଲେ ।

ବାରମ୍ବାର କହିବା ପରେ ପୀଡ଼ିତା ମନା କରିବାରୁ ଅଭିଯୁକ୍ତ ସ୍ୱାମୀ ପୀଡ଼ିତାଙ୍କ ଘରୁ ଡ଼ାକି ନେଇ ନିଜ ସାଙ୍ଗମାନଙ୍କ ସହ ମିଶି ମାଡ଼ ମାରିଥିଲେ । ପରେ ହତ୍ୟା କରିବା ପାଇଁ ପୀଡ଼ିତାଙ୍କ ଉପରେ ବାଇକ୍‌ ମଧ୍ୟ ଚଢ଼ାଇଥିଲେ । ବେହୋସ ହୋଇଯିବା ପରେ ମୃତ ବୋଲି ଭାବି ରାସ୍ତା କଡ଼ରେ ଛାଡ଼ି ଚାଲି ଆସିଥିଲା ସ୍ୱାମୀ । ସବୁ ଜାଣିବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର