ସ୍ୱାମୀଙ୍କର ଅଭିଯୋଗ : ସ୍ତ୍ରୀ କବାଟ ବନ୍ଦ କରି ବେଲଣା କାଠିରେ ବାଡାଉଛନ୍ତି

ଲକ୍ଷ୍ନୌ:‘ସାର୍‌ , ମୋ’ର ସ୍ତ୍ରୀ ମତେ କବାଟ ବନ୍ଦ କରି ବେଲଣା କାଠିରେ ବାଡାଉଛନ୍ତି। ଏହାର ପ୍ରତିବାଦ କରିଲେ ମୋର ବୁଢୀ ମାଆ ଏବଂ ସାନ ଭଉଣୀକୁ ବି ମାରିବାକୁ ପଛାଉ ନଥିଲା ସ୍ତ୍ରୀ..।’ ଏହା ହେଉଛି ଜଣେ ନିର୍ଯାତିତ ସ୍ୱାମୀର ଥାନାରେ ଲିଖିତ ଅଭିଯୋଗ। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଠାକୁରଗଂଜ ନିବାସୀ ଜଣେ ଯୁବକ ଏଭଳି ଅଭିଯୋଗ ଆଣିଛି।
ସେହି ପୀଡିତ ପୁଲିସ ପରାମର୍ଶ କେନ୍ଦ୍ରରେ ପ୍ରଦାନ କରିଥିବା ଅଭିଯୋଗ ଅନୁଯାୟୀ ତା’ର ସ୍ତ୍ରୀ ପରିବାରର ସମସ୍ତଙ୍କୁ ନିର୍ଯାତନା ଦେଉଛି। ଫେଜୁଲାଗଂଜରେ ରହୁଥିବା ଜଣେ ବ୍ୟକ୍ତିଙ୍କ କହିବା ଅନୁଯାୟୀ ପ୍ରାୟ ୨୧ ବର୍ଷ ତଳେ ପୁରନିୟାଙ୍କ ସହିତ ତାଙ୍କର ବାହାଘର ହୋଇଥିଲା। ସ୍ତ୍ରୀ ଖୁବ୍‌ ସନ୍ଦେହୀ ମନୋବୃତ୍ତିର। ସେ ସବୁଦିନ ଝଗଡ଼ା କରୁଥିଲା। ଥରେ ସେ ବେଲଣା କାଠିରେ ଏତେ ଜୋରରେ ମାରିଲା ଯେ ସ୍ୱାମୀର ହାତ ଭାଙ୍ଗି ଯାଇଥିଲା।

ସେ ଆହୁରି ମଧ୍ୟ ଅଭିଯୋଗ ଆଣିଛନ୍ତି ଯେ ବୃଦ୍ଧ ପିତାଙ୍କୁ ଖାଦ୍ୟ ମଧ୍ୟ ଦେଉ ନଥିଲା। ଖାଲି ସେତିକି ନୁହେଁ ପୁଲିସ ପରାମର୍ଶ କେନ୍ଦ୍ରରେ କାଉନସେଲିଂ ସମୟରେ ବି ସ୍ତ୍ରୀ ପୀଡିତଙ୍କୁ ମାରପିଟ କରୁଥିଲା। ପୁଲିସ ପୀଡିତର ସ୍ତ୍ରୀଙ୍କୁ ପରାମର୍ଶ କେନ୍ଦ୍ରକୁ ଡକାଇ ସମସ୍ୟାର ସମାଧାନ କରିବେ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର