ହାଇଦ୍ରାବାଦ୍‌: ୪ ଅଭିଯୁକ୍ତ ଗିରଫ, ୭ କୋଟିରୁ ଊର୍ଧ୍ୱ ଟଙ୍କା ଜବତ

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ ଟାସ୍କ ଫୋର୍ସ ପୁଲିସ୍‌ ଏବଂ ସୈଫ୍‌୍‌ବାଦ୍‌ ପୁଲିସ୍‌ ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୭ କୋଟି ୫୧ ଲକ୍ଷ ୧୦ ହଜାର ୩୦୦ ଟଙ୍କା ଜବତ କରିଛି। ଏ ସଂପର୍କରେ ପୁଲିସ୍‌ କମିସନର୍‌ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି କି ‘ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ଇତି ମଧ୍ୟରେ ଆମେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଛୁ। ସେମାନଙ୍କ ବିରୋଧରେ ମାମଲା ବି ରୁଜୁ ହୋଇଛି। ଖାଲି ଟଙ୍କା ନୁହେଁ ପୁଲିସ୍‌ ଅସ୍ତ୍ରଶସ୍ତ୍ର ବି ଜବତ କରିଛି।’

ଟଙ୍କା ବ୍ୟତୀତ, ଗୋଟିଏ କାର୍‌, ୩ଟି ମୋବାଇଲ୍‌, ଗୋଟିଏ ମ୍ୟାକ୍‌ବୁକ୍‌, ଗୋଟିଏ ଆଇପ୍ୟାଡ୍‌, ଗୋଟିଏ ଲ୍ୟାପଟପ୍‌, ୩୦ଟି ଚେକ୍‌ ବୁକ୍‌, ଏବଂ ଟଙ୍କା ଗଣା ମେସିନ୍‌ ଜବତ ହୋଇଛି।

କମିସନର୍‌ କହିଛନ୍ତି କି ସନ୍ଦେହ କରାଯାଉଛି ଯେ ଆଗାମୀ ରାଜ୍ୟ ନିର୍ବାଚନରେ ଏହି ଅର୍ଥ ବ୍ୟୟ କରିବା ପାଇଁ ସେମାନେ ରଖିଥିଲେ। ପ୍ରବର୍ତ୍ତନ ମନ୍ତ୍ରାଳୟ ଓ ଆୟକର ବିଭାଗର ସହାୟତାରେ ଏହି ତଦନ୍ତ କରାଯାଉଛି।

ସମ୍ବନ୍ଧିତ ଖବର