ପରିବାର ଲୋକେ ମୋବାଇଲ ଫୋନ ଏବଂ ଟିଭି ଦେଖିବାକୁ ମନା କରିବାରୁ ଆତ୍ମହତ୍ୟା କଲେ ଦୁଇ ଯୁବତୀ

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ରେ ଦୁଇଟି ଘଟଣା ଏମିତି ଘଟିଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଆଗକୁ ପରୀକ୍ଷା ଥିବାରୁ ପରିବାର ଲୋକେ ମୋବାଇଲ ଫୋନ ବ୍ୟବହାର କରିବାକୁ ମନା କରିବାରୁ ଜଣେ ୧୮ବର୍ଷିୟ ଯୁବତୀ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

Oneindia

ଘଟଣାଟି ଶନିବାର ଘଟିଥିବା ବେଳେ ଶୁକ୍ରବାର ସପ୍ତମ ଶ୍ରେଣୀରେ ପଢ଼ୁଥିବା ଜଣେ ୧୩ବର୍ଷୀୟ ନାବାଳିକା ମଧ୍ୟ ଆତ୍ମହତ୍ୟ କରିଥିଲେ । ପରିବାର ଲୋକେ ପରୀକ୍ଷା ପାଇଁ ଟିଭିି ଦେଖିବାକୁ ବାରଣ କରିବାରୁ ନାବାଳିକାଜଣଙ୍କ ୬ମହଲା ଉପରୁ ତଳକୁ ଡେଇଁ ପଡ଼ିଥିଲେ । ଏକା ସାଙ୍ଗରେ ସମାନ ଘଟଣା ଘଟିବା ପରେ ପୁଲିସ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି । ଥରେ ନୁହେଁ ବାରମ୍ବାର ପରିବାର ତରଫରୁ ଟିଭି କିମ୍ବା ଫୋନର ବ୍ୟବହାର ନ କରିବା ପାଇଁ ବାଧ୍ୟ କରାଯାଉ ଥିବାରୁ ବିରକ୍ତ ହୋଇ ଦୁହେଁ ଏଭଳି ପଦକ୍ଷେପ ନେଇଥିବା ସାମ୍ନାକୁ ଆସିଛି ।

ସମ୍ବନ୍ଧିତ ଖବର