ପ୍ରତିଦିନ ପିଛା କରୁଥିବାରୁ ଉଚିତ୍‌ ଶିକ୍ଷା ଦେବା ପାଇଁ ଯୁବକଙ୍କୁ ଅପହରଣ କଲେ ମହିଳା, ତା’ପରେ ଏମିତି ହେଲା…

ହାଇଦ୍ରାବାଦ୍‌ : ପ୍ରତିଦିନ ଜଣେ ଯୁବକ ମହିଳା ଇଞ୍ଜିନିୟରଙ୍କ ପିଛା କରୁଥିବାରୁ ଉଚିତ୍‌ ଶିକ୍ଷା ଦେବା ପାଇଁ ମହିଳାଜଣକ କରିଥିବା କାମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରତିଦିନର ସମସ୍ୟାକୁ ଶେଷ କରିବା ପାଇଁ ସେ ପିଛା କରୁଥିବା ଯୁବକଙ୍କୁ ଅପହରଣ କରିଥିଲେ । କିନ୍ତୁ ତାଙ୍କୁ ଜଣା ନ ଥିଲା,ତାଙ୍କର ଏଭଳି କାମ ତାଙ୍କୁ ଜେଲରେ ପହଞ୍ଚାଇବ । ପୁଲିସକୁ ମହିଳା ଇଞ୍ଜିନିୟରଙ୍କ ଅପରାଧ ବିଷୟରେ ଖବର ମିଳିବା ପରେ ପୁଲିସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

oneindia.com

ପୁଲିସ ଦେଇଥିବା ସୂଚନା ମୁତାବକ, ପିଛା କରୁଥିବା ଶିବକୁମାର ବଢ଼େଇ କାମ କରନ୍ତି । ସେ ଗିରଫ ହୋଇଥିବା ମହିଳାଙ୍କୁ ଦେଖିବା ପରେ ପ୍ରତିଦିନ ପିଛା କରିବା ଆରମ୍ଭ କରିଥିଲେ । ରାସ୍ତାରେ କଥା ହେବାକୁ ଚେଷ୍ଟା କରିବା ସହ ପରେ ନମ୍ବର ସଂଗ୍ରହ କରି ଫୋନ କରିବା ଆରମ୍ଭ କରିଥିଲା । ଶିବକୁମାରଙ୍କ ଏଭଳି କାମ ବନ୍ଦ ନ ହେବାରୁ ମହିଳାଜଣଙ୍କ ନିଜ ୫ଜଣ ସାଙ୍ଗଙ୍କ ସହ ମିଶି ଶିବକୁମାରଙ୍କୁ ଅପହରଣ କରି ମାଡ଼ ମାରିଥିଲେ । ସେମାନେ ଶିବକୁମାରଙ୍କୁ ହତ୍ୟା କରିବାକୁ ଚାହୁଁଥିବା କଥା ଶିବକୁମାର ଅଭିଯୋଗ କରିବା ସହ ସେମାନଙ୍କ କବଳରୁ ଖସି ଡ଼ାକ୍ତରଖାନାରେ ପହଞ୍ଚିଥିଲା । ପରେ ଆମେ ତଦନ୍ତ କରି ମହିଳାଙ୍କୁ ଗିରଫ କରିବା ସହ ତାଙ୍କ ୫ଜଣ ସହଯୋଗୀଙ୍କୁ ଖୋଜିବା ଆରମ୍ଭ କରିଛୁ ।

ସମ୍ବନ୍ଧିତ ଖବର