ଭଡ଼ାଟିଆ ଦ୍ୱାରା ଦୁଷ୍କର୍ମର ଶିକାର ହୋଇ ମାଆ ବନିଲେ ନାବାଳିକା, ପରିବାର ଲୋକ ଘରକୁ ପଶିବାକୁ ବାରଣ କଲେ; ଆରମ୍ଭରୁ ଶେଷ ନିଜ ଅକୁହା କାହାଣୀ ଏମିତି ବଖାଣିଲେ!

‘ମୁଁ ଯେତେବେଳେ ୧୪ ବର୍ଷ ବୟସର ଥିଲି, ମୁଁ ଆମ ଭଡ଼ାଟିଆ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲି। ମୋ ମୋର ସବୁଠାରୁ ପ୍ରିୟ ଭାଇ ଥିଲେ। ସେଥିପାଇଁ ମୁଁ ତାଙ୍କ ସହ କଥାବାର୍ତ୍ତା କରୁଥିଲି। ମୋ ମାଆ ମୋତେ ସବୁବେଳେ ତାଙ୍କ ସହ କଥା ହେବାକୁ ମନା କରନ୍ତି। କିନ୍ତୁ ମୋତେ ଲାଗୁଥିଲା ଯେ ମୋ ମାଆ ଯେପରି ଅଯଥା କଥା ଭାବୁଛନ୍ତି। ମାତ୍ର ଏବେ ମୁଁ ଅନୁତାପ କରୁଛି ଯେ ମୋତେ ମୋ ମାଆଙ୍କ କଥା ଶୁଣିବାର ଥିଲା।

ସେଦିନ ଥାଏ ୨୦୧୫ ମସିହାରେ ଅକ୍ଟୋବର ମାସର ଏକ ଅପରାହ୍ନ ସମୟ। ଆମ ଘର କଲିଂ ବେଲ୍‌ ବାଜିଲା। ମୋ ବାପାମାମଆ ଓ ଭଉଣୀ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥାନ୍ତି। ମୁଁ ଘରେ ଏକା ଥାଏ। ସେ ଭାଇ ଆସି ମୋତେ ଚା’ କପ୍‌ ପାଇଁ କହିଥିଲେ। ମୁଁ କିନ୍ତୁ କାମରେ ଘରେ ତାଲା ନପକାଇ ସ୍କୁଲ୍‌ ଚାଲିଗଲି।

ମୁଁ ଘରକୁ ଫେରିଲା ପରେ ସେ ଆମ ଘରକୁ ଆସିଲେ। ଯେତେବେଳେ ମୁଁ ରୋଷେଇ ଘର ଭିତରକୁ ଗଲି ସେ ମୋ ପଛରୁ ଆସି ମୋତେ ଧରି ପକାଇଲେ। ସେ ମୋ ହାତ ଧରି ମୋତେ ପ୍ରେମ ନିବେଦନ କଲେ। ସେ ମୋତେ ବିବାହ ପ୍ରସ୍ତାବ ବି ଦେଲେ। ମୁଁ ଆଶ୍ଚର୍ଯ୍ୟ ହୋଇଗଲି। କାହିଁକି ନା, ସେ ମୋ ପାଇଁ ମୋ ବଡ଼ ଭାଇ ପରି ଥିଲେ।

ମୁଁ କିଛି କହିବା ପୂର୍ବରୁ ସେ ମୋତେ ବଳପୁର୍ବକ ଧରି ପକାଇଲେ। ମୁଁ ତାଙ୍କୁ ଛାଡ଼ି ଦେବା ପାଇଁ ହାତ ଯୋଡ଼ି ଅନୁରୋଧ କରଲି, ଭିକ୍ଷା ମାଗିଲି। ସେ କିନ୍ତୁ ମୋ ସହ ଦୁଷ୍କର୍ମ କଲେ। ସେ ସେତେବେଳେ ମଣିଷ ଅବସ୍ଥାରେ ନଥିଲେ। ଯେତେବେଳେ ମୁଁ ତାଙ୍କୁ ଅଟକାଇଲି ସେ ମୋ ଗାଲକୁ ମାରିଲେ। ସେହି ସମୟର ଭିଡିଓ କରି ସର୍ବସାଧାରଣରେ ପ୍ରଚାର କରିଦେବ ବୋଲି ଧମକ ବି ଦେଲା।

ସେହିଦିନ ମୋ ଜୀବନର ଗତି ବଦଳାଇ ଦେଲା। ମୁଁ ଜଣେ ବିନ୍ଦାସ ସ୍ୱଭାବର ଝିଅ ଥିଲି। ମାତ୍ର ସେ ଘଟଣା ମୋ ଜୀବନର ଗତି ବଦଳାଇ ଦେଲା। ମୁଁ ହଠାତ ମୋ ପରିବାର ଲୋକଙ୍କୁ ସବୁକଥା କହିଲି ନାହିଁ। ସେମାନେ ଦୁଇ ଦିନ ପରେ ଘରକୁ ଫେରି ମୋ ବ୍ୟବହାରରେ ପରିବର୍ତ୍ତନ ଆସିଥିବା ଲକ୍ଷ କରିପାରିଲେ ମୁଁ କିନ୍ତୁ ଗୋପନ ରଖିଲି।

ମୁଁ ସ୍କୁଲ୍‌ ଯିବା ବନ୍ଦ କରିଦେଲି। ଶାରୀରିକ ଭାବେ ଅସୁସ୍ଥ ହେବାରେ ଲାଗିଲି। ମୋ ପେଟରେ ଏକ ପିଲା ବଢ଼ିବାରେ ଲାଗିଲା। ୨୦୧୬ ମସିହା ଜୁନ୍‌ ମାସରେ ରାତି ୨ଟା ସମୟରେ ମୋ ପେଟରେ ଭୀଷଣ ଯନ୍ତ୍ରଣା ହେଲା। ମୋ ବାପା ମାଆ ମୋତେ ହସ୍ପିଟାଲ୍‌ ନେଇଗଲେ। ଡାକ୍ତର ସେମାନଙ୍କୁ ସୂଚୀତ କଲେ ଯେ ମୁଁ ସେତେବେଳକୁ ୮ ମାସର ଗର୍ଭବତୀ।

ମୋ ବାପା ସେହି ହସ୍ପିଟାଲ୍‌ରେ ହିଁ ମୋତେ ମାରିବାକୁ ଲାଗିଲେ। ସେ ଦୁଇ ଜଣ ପୂରାପୂରି ଭାଙ୍ଗି ଗଲେ। ସେମାନେ ଗର୍ବପାତ କରିବାକୁ ଚାହିଁଥିଲେ ବି ହାତରେ ସମୟ ନଥିବାରୁ ଡାକ୍ତର ମନା କରିଦେଲେ। ମୁଁ ଆମ ଘରେ ସବୁ କଥା ଟିକ୍‌ ନିକ୍‌ ଭାବେ କହିଲି। ପରେ ସେ ସେ ଭାଇ ଗିରଫ ହୋଇଛନ୍ତି।

ଜନ୍ମ ହୋଇଥିବା ଶିଶୁଟି ମୋ ସହ ୫ ଦିନ ରହିଲା। ମୋତେ ଭାରି ଭଲ ଲାଗୁଥିଲା। ମାତ୍ର ସରକାର ସେ ଶିଶୁକୁ ମୋଠାରୁ ଛଡ଼ାଇ ନେଲେ। ହୋଇପାରେ ମୁଁ ଜଣେ ନାବାଳିକା କିନ୍ତୁ ମୁଁ ତାକୁ ଜନ୍ମ ଦେଇଛି। ସେ କଅଁଳା ଶିଶୁଟିର କ’ଣ ଦୋଷ? ସେ କାହିଁକି ତା ମାଆ ବିନା ରହିବ? ମୋ ଘର ଲୋକ ମୋତେ ବାହାରେ ଛାଡ଼ିବ ପରେ ଆଉ ଘରକୁ ଯିବାକୁ ମନା କରିଦେଲେ। କାଳେ ମୋର ଅନ୍ୟ ଭଉଣୀଙ୍କ ଉପରେ ଖରାପ ପ୍ରଭାବ ପଡ଼ିବ ବୋଲି।’

ଇଏ ହେଉଛି ଏବେ ଏକ ସ୍ୱେଚ୍ଛାସେବୀ ସଂଗଠନରେ କାର୍ଯ୍ୟ କରୁଥିବା ଜଣେ ନିସହାୟ ନାବାଳିକାର କାହାଣୀ। ଏହି ନିସହାୟ ନାବାଳିକାର ଦୋଷୀକୁ ୧୦ ବର୍ଷ ଜେଲ୍‌ ଦଣ୍ଡ ହେବା ସହ ୨୦,୦୦୦ ଜରିମାନା ହୋଇଛି।

ସମ୍ବନ୍ଧିତ ଖବର