ଭଡ଼ା ଦିଆ ସରିଥିଲେ ମଧ୍ୟ କ୍ୟାବ୍‌ ଭିତରେ ଯୁବତୀଙ୍କୁ ଲକ୍‌ କରି ଧମକ ଦେଲେ ଓଲା ଚାଳକ, ୨୦୦ଟଙ୍କା ନଦେଲେ କାଟି ଫିଙ୍ଗି ଦେବି

ବେଙ୍ଗାଲୁରୁ : ବେଙ୍ଗାଲୁରୁକୁ ନିଜ ଭଉଣୀଙ୍କ ଘରକୁ ବୁଲି ଯାଇଥିଲେ ୨୨ବର୍ଷୀୟ ଇଞ୍ଜିନିୟର ଅରିଜିତା ବାନାର୍ଜି । ସୋମବାର ତାଙ୍କୁ ଅଫିସ ଯିବାକୁ ଥିବା ବେଳେ କୋଲକାତାରେ ଥିବା ତାଙ୍କ ବାପା ତାଙ୍କ ପାଇଁ ଓଲା କ୍ୟାବ୍‌ ଡ଼କାଇଥିଲେ । ଝିଅକୁ ଏକା ଛାଡ଼ିବା ସୁରକ୍ଷିତ ନୁହେଁ ବୋଲି ଭାବି ତାଙ୍କ ବାପା ଓଲା ସେୟାର କ୍ୟାବ୍‌ ବୁକ୍‌ କରିଥିଲେ । କିନ୍ତୁ ତାଙ୍କୁ ଜଣା ନଥିଲା ଆଗକୁ ତାଙ୍କ ଝିଅ ସହ କ’ଣ ଘଟିବାକୁ ଯାଉଛି ।

କ୍ୟାବ୍‌ ବୁକ୍‌ ହେବା ପରେ ଅରିଜିତା ଚାଳକଙ୍କୁ ଫୋନ କରି ଠିକଣା ଭଲ ଭାବରେ ବୁଝାଇବା ସହ ପହଞ୍ଚିବା ପରେ ଫୋନ କରିବା ପାଇଁ କହିଥିଲେ । ଏହା ଶୁଣି ଚାଳକଜଣଙ୍କ, ତୁମେ ମୋ ନମ୍ବରକୁ କୌଣସି ସମୟରେ ଫୋନ କରି ପାରିବ ମ୍ୟାଡାମ୍‌ ବୋଲି କହିଥିଲେ । ଅରିଜିତା ଏ ସବୁ ଶୁଣି ପ୍ରଥମେ କ୍ୟାବ୍‌ ବଦଳାଇବାକୁ ଭାବିଥିବା ବେଳେ ପରେ ବିଳମ୍ବ ହେଉଥିବାରୁ ସେହି କ୍ୟାବ୍‌ରେ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ । କ୍ୟାବ୍‌ ପହଞ୍ଚିବା ପରେ ଅରିଜିତା ଏବଂ ଆଉ ଜଣେ ଯୁବକ କ୍ୟାବ୍‌ରେ ବସିଥିଲେ । ଯାହା ପରେ ଚାଳକ ଦ୍ରୁତ ଗତିରେ ଗାଡ଼ି ଚଳାଇ ଯୁବକଙ୍କୁ ତାଙ୍କ ପହଞ୍ଚିବା ସ୍ଥାନରେ ଛାଡ଼ିଥିଲେ । ଏହା ପରେ ଅରିଜିତାଙ୍କୁ ତାଙ୍କ ଅଫିସ ବାହାରେ ନେଇ ପହଞ୍ଚାଇବା ପରେ ୨୦୦ଟଙ୍କା ମାଗିଥିଲେ । ଟଙ୍କା ପୂର୍ବରୁ ବାପା ଓଲା ମନି ଦ୍ୱାରା ଦେଇ ସାରିଛନ୍ତି ବୋଲି ଅରିଜିତା କହିବା ପରେ ଚାଳକ ଜଣଙ୍କ ତାଙ୍କୁ କାର୍‌ରେ ଲକ୍‌ କରି ଦେଇଥିଲେ । ଅରିଜିତାଙ୍କ ବାପା ଫୋନ କରିବା ପରେ, ତୋ ଝିଅ ଟଙ୍କା ନ ଦେଲେ କାଟି ଫିଙ୍ଗି ଦେବି ବା କେଉଁଠି ବିକି ଦେବି ବୋଲି କହିଥିଲେ ଚାଳକ । ଯାହା ପରେ ପୀଡ଼ିତା ବାଧ୍ୟ ହୋଇ ଟଙ୍କା ଦେଇଥିଲେ ।

Livemint

ଏ ନେଇ ପୁଲିସରେ ଅଭିଯୋଗ କରିବା ସହ ଓଲାକୁ ମଧ୍ୟ ପୂରା ଘଟଣା ଜଣାଇଥିଲେ ଅରିଜିତା । କୌଣସି କଡ଼ା କର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଆମେ ଅଭିଯୁକ୍ତକୁ ପୁଣି ଥରେ ଟ୍ରେନିଙ୍ଗ ପାଇଁ ପଠାଇବୁ । ଏବଂ ଟ୍ରେନିଙ୍ଗ୍‌ ପୂରା ହେବା ପରେ ହିଁ ତାକୁ ଗାଡ଼ି ଚଳାଇବାକୁ ଦେବୁ ବୋଲି କହିିଥିଲେ ଓଲା । ତେବେ ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ନେଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର