ସୋସିଆଲ୍‌ ମିଡିଆରେ ଘୂରୁଥିବା ସିସିଟିଭି ଫୁଟେଜ୍‌ର ଅପରାଧୀ ଧରାପଡ଼ିଲା; କୁନି ଝିଅକୁ ଅନ୍ଧାର ଆଡ଼େ ନେଉଥିବା ଲୋକକୁ ଧରିଲା ପୁଲିସ୍‌

ଭୋପାଳ: ସୋସିଆଲ୍‌ ମିଡିଆରେ ଘୂରି ବୁଲୁଥିବା ଏକ ସିସିଟିଭି ଫୁଟେଜ୍‌ ଆପଣ ଦେଖିଥିବେ ନିଶ୍ଚୟ। ଭିଡିଓଟିରେ ଦେଖିବାକୁ ମିଳୁଛି ଯେ ଜଣେ ଆଇସ୍‌କ୍ରିମ୍‌ ବିକାଳି ଜଣେ କୁନି ଝିଅକୁ ଆଇସ୍‌କ୍ରିମ୍‌ର ପ୍ରଲୋଭନ ଦେଖାଇ ନିଜ ସହ ଫୁସୁଲେଇ ଅନ୍ଧାର ଆଡ଼କୁ ନେଇ ଯାଉଛି। ମଧ୍ୟପ୍ରଦେଶର ଭୋପାଳରୁ ଅପହୃତ ଏହି ୬ ବର୍ଷୀୟା ଝିଅଟିକୁ ପ୍ରଥମେ ଦୁଷ୍କର୍ମ କରାଯାଇ ପରେ ହତ୍ୟା କରାଯାଇଛି। ଏହି ମାମଲାରେ ସଂପୃକ୍ତ ଥିବା ଆଇସ୍‌କ୍ରିମ୍‌ ବିକାଳିକୁ ପୁଲିସ୍‌ ଧରିଛି।

ମୃତକ ନାବାଳିକା ହେଉଛନ୍ତି ମୋରେନାର ବାସିନ୍ଦା। ଗୌଲିୟାର୍‌ଠାରେ ହେଉଥିବା ଏକ ବିବାହ ଉତ୍ସବରେ ସେ ଯୋଗ ଦେବାକୁ ଯାଇଥିଲେ। ରାତି ପ୍ରାୟ ୧୧.୩୦ ସମୟରେ ସମସ୍ତେ ବିବାହ ବନ୍ଦୋବସ୍ତରେ ବ୍ୟସ୍ତ ଥିବା ବେଳେ ଦୁର୍ବୃତ୍ତ ଜଣକ ସେହି କୁନି ଝିଅକୁ ଫୁସୁଲେଇ ଦୂରକୁ ନେଇ ଯାଇଥିଲେ।

ଝିଅଟିର ବାପା-ମାଆ ବିବାହ କାର୍ଯ୍ୟରେ ବ୍ୟସ୍ତ ଥିବା ହେତୁ ସେ କାହାକୁ ତାଙ୍କ ଝିଅ ସହ କଥା ହେବାର ଦେଖିନଥିଲେ ବୋଲି କହିଛନ୍ତି।

ଯେତେବେଳେ ପରିବାର ଲୋକ ଜାଣିବାକୁ ପାଇଲେ ଯେ ତାଙ୍କ ଝିଅ ଉତ୍ସବରେ ନାହିଁ ସେମାନେ ଖୋଜିବାରେ ଲାଗିଲେ। ସେ ଝିଅଟିକୁ ନପାଇବାରୁ ପୁଲିସ୍‌ରେ ଖବର ଦେଇଥିଲେ।

ଗୁରୁବାର ସକାଲେ ଉକ୍ତ କୁନି ଝିଅଟିର ମୃତଦେହ ବିବାହ ସ୍ଥାନର ୫୦୦ ମିଟର୍‌ ଦୂରରୁ ମିଳିଥିଲା। ଦୁର୍ବୃତ୍ତ ଦୁଷ୍କର୍ମ ପରେ ଛୁରୀ ଯୋଗେ ହତ୍ୟା କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର