ମହିଳା ଶୌଚାଳୟରେ କ୍ୟାମେରା ଲୁଚାଇ ଧରା ପଡ଼ିଲେ ଆଇଆଇଟି ମାଡ୍ରାସର ଆସିଷ୍ଟାଣ୍ଟ ପ୍ରଫେସର

ଚେନ୍ନାଇ: ଆଇଆଇଟି ମାଡ୍ରାସର ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ଆସୁଥିବା ଆସିଷ୍ଟାଣ୍ଟ ପ୍ରଫେସର ମହିଳାମାନଙ୍କ ଶୌଚାଳୟରେ ମୋବାଇଲ ଫୋନ ରଖି ଅଶ୍ଲୀଳ ଭିଡିଓ ଉତ୍ତୋଳନ କରିବାର ଉଦ୍ୟମ କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଅଭିଯୁକ୍ତର ନାଁ ଶୁଭମ ବାନାର୍ଜୀ ବୋଲି ଚିହ୍ନଟ କରାଯାଇଥିବା ବେଳେ ସେ ଏରୋସ୍ପେସ୍ ଇଞ୍ଜିନିୟରିଂ ବିଭାଗରେ କାମ କରୁଥିବା ସାମ୍ନାକୁ ଆସିଛି।

Image result for placing phone inside women’s toilet
Indian Express Tamil

ପୁଲିସ ଦେଇଥିବା ସୂଚନା ମୁତାବକ, ଜଣେ ୩୦ବର୍ଷୀୟା ପିଏଚଡି ଛାତ୍ରୀ ଶୌଚାଳୟକୁ ଯିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ସାମ୍ନାରେ ଥିବା ଝରକାରେ ଏକ ମୋବାଇଲ ଫୋନ ରଖାଯାଇଥିବା ଦେଖି ଛାତ୍ରୀଜଣଙ୍କ ମୋବାଇଲ ଫୋନ କାଢ଼ିଥିଲେ। କାଢ଼ିବା ପରେ ଫୋନର କ୍ୟାମେରା ଚାଲୁ ରହିଥିବା ଦେଖି ସେ ତୁରନ୍ତ ବାହାରକୁ ଆସି ପୁରୁଷ ଶୌଚାଳୟର କବାଟକୁ ବାହାରପଟୁ ବନ୍ଦ କରିଦେଇଥିଲେ। ପରେ ସିକ୍ୟୁରିଟି ଗାର୍ଡକୁ ଡ଼ାକି ପୁରୁଷ ଶୌଚାଳୟ କବାଟ ଖୋଲିବା ପରେ ଭିତରେ ଶୁଭମ ଥିବା ଦେଖାଯାଇଥିଲା। ଘଟଣା ପରେ ଶୁଭମଙ୍କ ବିରୋଧରେ ପୁଲିସରେ ଏତଲା ଲେଖାଯିବା ସହ ଏବେ ତଦନ୍ତ ଆରମ୍ଭ କରାଯାଇଛି।

ସମ୍ବନ୍ଧିତ ଖବର