ମହିଳା ଭାବି ପ୍ରେମ କରିବା ସହ ମାସକ ମଧ୍ୟରେ ବିବାହ କରିଥିଲେ ଯୁବକ, ଦୁଇ ସପ୍ତାହ ପରେ ସାମ୍ନାକୁ ଆସିଲା ସତ

ନୂଆଦିଲ୍ଲୀ: ପୁରୁଷ ହୁଅନ୍ତୁ ବା ମହିଳା, ସମସ୍ତେ ନିଜ ବିବାହକୁ ନେଇ ଅନେକ ବଡ଼ ବଡ଼ ସ୍ବପ୍ନ ଦେଖିଥାନ୍ତି। ଉତ୍ସାହର ସହ ଲୋକେ ଏହି ଦିନକୁ ଅପେକ୍ଷା କରିବା ସହ ସ୍ମରଣୀୟ କରିବା ପାଇଁ ଅନେକ ଯୋଜନା ତିଆରି କରିଥାନ୍ତି। ଆଫ୍ରିକାର ୟୁଗାଣ୍ଡାରେ ରହୁଥିବା ଇମାମ୍ ଶେଖ୍ ମନ୍ତୁବା ମଧ୍ୟ ନିଜ ବିବାହକୁ ନେଇ ଅନେକ ବଡ଼ ବଡ଼ ସ୍ବପ୍ନ ଦେଖିଥିଲେ। ହେଲେ ବିବାହର ମାତ୍ର ୨ସପ୍ତାହ ପରେ ତାଙ୍କର ସବୁ ସ୍ବପ୍ନ ଭାଙ୍ଗି ଚୁରମାର ହୋଇ ଯାଇଥିଲା। ଯାହାକୁ ସେ ମହିଳା ବୋଲି ଭାବି ପ୍ରେମ ବିବାହ କରିଥିଲେ, ସେ ପ୍ରକୃତରେ ପୁରୁଷ ବୋଲି ଜାଣି ଇମାମଙ୍କ ହୋସ୍ ଉଡ଼ିଯାଇଥିଲା।

ମିଳିଥିବା ସୂଚନା ଅନୁସାରେ, ଇମାମଙ୍କ ଦେଖା ବିବାହର ମାସେ ପୂର୍ବରୁ ନବୁକିରା ନାମକ ଜଣେ ମହିଳାଙ୍କ ସହ ହୋଇଥିଲା। ଏହା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା। ମାସକ ମଧ୍ୟରେ ଇମାମ୍ ନବୁକିରାଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ନେବା ସହ ଖୁବ୍ ଧୁମଧାମରେ ଦୁହିଁଙ୍କ ବିବାହ ହୋଇଥିଲା। ହେଲେ ବିବାହ ପରେ ଚଉଠି ରାତିରେ ନବୁକିରା ଇମାମଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ମନା କରି ଦେଇଥିଲେ। ମାତା-ପିତାଙ୍କୁ ଭେଟିବା ପରେ ଯାଇ ମୁଁ ଶାରୀରିକ ସଂପର୍କ ରଖିବି ବୋଲି ଇମାକଙ୍କୁ କହିଥିଲେ ନବୁକିରା।

सुहागरात पर बनाया ये बहाना
oneindia.com

ଦୁଇ ସପ୍ତାହ ବିତି ଯିବା ପରେ ଇମାମଙ୍କ ପଡ଼ୋଶୀ ନବୁକିରାଙ୍କ ଉପ‌ରେ ଚୋରିର ଆରୋପ ଲଗାଇବା ସହ ସେ ଜଣେ ପୁରୁଷ ବୋଲି ପୁଲିସକୁ ଜଣାଇଥିଲେ। ଏହା ପରେ ପୁଲିସ ନବୁକିରାଙ୍କୁ ଅଟକ ରଖି ତଦନ୍ତ କରିବା ପରେ ସବୁ ସତ ସାମ୍ନାକୁ ଆସିଥିଲା। ମହିଳାଙ୍କ ଭଳି ମେକଅପ ନେଇ ସେ ପୁରୁଷମାନଙ୍କୁ ଫସାଇବା ସହ ଜିନିଷ ଚୋରି କରୁଥିଲେ ବୋଲି ପୁଲିସ ଜାଣିବାକୁ ପାଇଥିଲା। ବ୍ୟକ୍ତିଙ୍କର ଅସଲ ଚେହେରା ସାମ୍ନାକୁ ଆସିବା ପରେ ଇମାମଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ଏବେ ସବୁ ସତ ସାମ୍ନାକୁ ଆସିବା ପରେ ନବୁକିରାକୁ ଗିରଫ କରିଛି ପୁଲିସ।

ସମ୍ବନ୍ଧିତ ଖବର