ଗୋଆରେ ଦେହ-ବ୍ୟବସାୟ ଦଲାଲ୍‌ମାନେ ଚାହୁଁଛନ୍ତି ଆଧାର କାର୍ଡ

ପାଣାଜୀ: କେବଳ ବ୍ୟାଙ୍କ୍‌ ଏବଂ ସେଲ୍‌ କମ୍ପାନି ଆଧାର କାର୍ଡ ଦାବି କରୁ ନାହାନ୍ତି, ଗୋଆରେ ଦେହ ବ୍ୟବସାୟରେ ଲିପ୍ତ ଦଲାଲମାନେ ମଧ୍ୟ ଗ୍ରାହକମାନଙ୍କର ଆଧାର କାର୍ଡ ବାଧ୍ୟତାମୂଳକ କରିଛନ୍ତି। ଏ କଥା ନିକଟରେ ଦିଲ୍ଲୀରୁ ଆସିଥିବା ପାଞ୍ଚ ଜଣ ଯୁବକଙ୍କ ମାମଲାରୁ ଜଣା ପଡ଼ିଛି।
ଜଣେ ବନ୍ଧୁଙ୍କର ବ୍ୟାଚ୍‌ଲର୍‌ ପାର୍ଟିରେ ଯୋଗ ଦେବାକୁ ପାଞ୍ଚ ଯୁବକ ଦିଲ୍ଲୀରୁ ବିମାନ ଯୋଗେ ଯାଇ ଗୋଆରେ ଓହ୍ଲାଇ ଥିଲେ। ସେମାନଙ୍କ ହାତରେ ଥିଲା ଜଣେ ଦଲାଲଙ୍କ ନମ୍ବର। ଉତ୍ତରଗୋଆର ବିଚ୍‌ ବେଲ୍‌ଟ୍‌ରେ ଏକ ହୋଟେଲ୍‌ ବୁକ୍‌ କରିବା ପରେ ସେମାନେ ସେ ଦଲାଲଙ୍କ ସହ ଯୋଗାଯୋଗ କରିଥିଲେ ୫ ଜଣ ଯୁବତୀଙ୍କ ପାଇଁ।

Image Courtesy of NBT

ତୁରନ୍ତ କଲ୍‌ବ୍ୟାକ୍‌ କରିବ ବୋଲି ଦଲାଲ ଜଣକ ପ୍ରତିଶ୍ରୁତି ଦେଇଥିଲେ। ଅଗତ୍ୟା ତାଙ୍କ କଲ୍‌କୁ ଅପେକ୍ଷା କରି ଯୁବକମାନେ ସମୟ ଅତିବାହିତ କଲେ। ଏହି ସମୟ ମଧ୍ୟରେ ଦଲାଲ ଜଣକ ସେ ୫ ଜଣ ଯୁବକଙ୍କର ସେଲ୍‌ଫୋନ୍‌ ନମ୍ବର ଯାଞ୍ଚ୍‌ କରିବାକୁ ଲାଗିଥିଲେ। ବାସ୍ତବରେ ସେମାନେ ଦିଲ୍ଲୀରୁ ଆସିଥିବା ଜାଣିବା ପରେ ଦଲାଲ ଜଣକ ଯୁବକମାନଙ୍କୁ କଲ୍‌ବ୍ୟାକ୍‌ କରିଥିଲେ। ଏଥର ସେ କହିଥିଲେ କି, ହ୍ଵାଟ୍‌ସ୍‌ଆପ୍‌ ଜରିଆରେ ସେମାନେ ନିଜ ନିଜର ଆଧାର କାର୍ଡର ଫଟୋ ପଠାନ୍ତୁ। ତା’ଛଡ଼ା ହୋଟେଲ୍‌ ଟ୍ୟାଗ୍‌ ଲାଗିଥିବା ରୁମ୍‌ର ଚାବିର ଫଟୋ ମଧ୍ୟ ପଠାଇବାକୁ ସେ ଯୁବକମାନଙ୍କୁ କହିଥିଲେ।

ଆଚମ୍ବିତ ହୋଇ ଯାଇଥିଲେ ବି ଯୁବକମାନେ ନିର୍ଦେଶ ମୁତାବକ କାମ କରିଥିଲେ। ତା’ପରେ ଦଲାଲଙ୍କ ତରଫରୁ ସେ ଯୁବକମାନଙ୍କର ବ୍ୟାକ୍‌ଗ୍ରାଉଣ୍ଡ୍‌ ଓ ସେମାନେ ଅବସ୍ଥାନ କରୁଥିବା ହୋଟେଲ୍‌ର ଆଖପାଖ ଅଞ୍ଚଳ ବିପଦ୍‌ ରହିତ କି, ନାହିଁ ତାହା ଯାଞ୍ଚ କରାଯାଇଥିଲା।
ଆଖପାଖ ଅଞ୍ଚଳର ବିପଦ୍‌ର ଅର୍ଥ ହେଲା ପୁଲିସ ଚଢ଼ାଉ। ସେମାନେ ରାଜ୍ୟରେ ଚାଲିଥିବା ଦେହ ବ୍ୟବସାୟସ୍ଥଳରେ ଚଢ଼ାଉ କରୁଛନ୍ତି। ଗ୍ରାହକମାନେ ପୁଲିସର ଚର ନୁହନ୍ତି ବୋଲି ନିଶ୍ଚିତ ହେବା ନିମନ୍ତେ ଦଲାଲ ଏବଂ ଏଜେଣ୍ଟ୍‌ମାନେ ସେମାନଙ୍କର ଆଧାରରୁ ପରିଚୟ ଯାଞ୍ଚ କରୁଛନ୍ତି।

Image Courtesy of Sakshi

ସବୁ ଯାଞ୍ଚ ସତ୍ତ୍ୱେ ଚାହିଦା ସଂଖ୍ୟକ ଝିଅ ଯୋଗାଉ ନାହାନ୍ତି ଦଲାଲମାନେ। ଯଦି ଥରକେ ପୁଲି ୫-୧୦ ଝିଅଙ୍କୁ ଧରି ନେଇଯାଏ ତେବେ ତାଙ୍କର ବେପାର ବୁଡ଼ି ଯିବ। ଏ କଥା କହନ୍ତି ଜଣେ ପୁଲିସ ଅଧିକାରୀ।

Image Courtesy of Livemint

େଓ୍ଵବ୍‌ସାଇଟ୍‌ରୁ ପ୍ରଲୁବ୍ଧ ହୋଇ ଅନେକ ପର୍ଯ୍ୟଟକ କଲ୍‌ଗାର୍ଲ ପାଇଁ ଗୋଆ ଆସୁଛନ୍ତି। ଏଥିରୁ ୯୦% ପର୍ଯ୍ୟଟକ ଠକାମୀର ସରବ୍ୟ ହେଉଛନ୍ତି।
ଠକାମି ଏମିତି ଚାଲିଛି: ବାଲ୍‌କୋନିରେ ଠିଆ ହୋଇଥିବା ଏକ ଝିଅକୁ ପର୍ଯ୍ୟଟକମାନଙ୍କୁ ଦେଖାଇ ଦିଅନ୍ତି ଦଲାଲ୍‌। ଝିଅଟି ମଧ୍ୟ ସେମାନଙ୍କ ଆଡ଼କୁ ଚାହିଁ ହାତ ହଲାନ୍ତି। ତା’ପରେ ପର୍ଯ୍ୟଟକ-ଗ୍ରାହକ ଦଲାଲଙ୍କୁ ୪ ହଜାର ଟଙ୍କା ଦିଅନ୍ତି। ତା’ପରେ ଦଲାଲ ତାଙ୍କୁ ରୁମ୍‌କୁ ଯିବାକୁ କହେ। ଗ୍ରାହକ ଯାଇ କବାଟ ଖଟ ଖଟ କରନ୍ତି, କିନ୍ତୁ କେହି କବାଟ ଖୋଲନ୍ତି ନାହିଁ। କବାଟ ବାଡ଼ା ଶୁଣି ଆପାର୍ଟମେଣ୍ଟ୍‌ରେ ବସବାସ କରୁଥିବା ଅନ୍ୟ ଲୋକମାନେ ଆସି ହୋହଲ୍ଲା କରନ୍ତି। ଶେଷକୁ ଗ୍ରାହକ ନିରାଶ ହୋଇ ସେ ସ୍ଥାନ ଛାଡ଼ି ଚାଲି ଯିବାକୁ ବାଧ୍ୟ ହୁଅନ୍ତି।

ସମ୍ବନ୍ଧିତ ଖବର