ବିଚ୍‌ ରାସ୍ତାରେ ୮ ଦୁର୍ବୃତ୍ତ ନାବାଳିକାଙ୍କ ପୋଷାକ ଖୋଲି ଭିଡିଓ ପୋଷ୍ଟ କଲେ, ନିଜ ଆଡୁ ମାମଲା ରୁଜୁ କରି ଧରିଲା ପୁଲିସ୍‌

ଜେହାନ୍‌ବାଦ୍‌(ବିହାର) : ବିହାରର ଜେହାନ୍‌ବାଦ୍‌ରେ ଘଟିଛି ଏକ ଅମାନବୀୟ ଘଟଣା । ୮ଜଣ ଦୁର୍ବୃତ୍ତ ସ୍ପଷ୍ଟ ଦିବାଲୋକରେ ସର୍ବସମ୍ମୁଖରେ ଜଣେ ନାବାଳିକାଙ୍କ ପୋଷାକ ଖୋଲିବାକୁ ଉଦ୍ୟମ କରୁଥିବା ବେଳେ କେହି ସାହାଯ୍ୟର ହାତ ବଢ଼ାଇ ନ ଥିବା ଭାଇରାଲ ହୋଇଥିବା ଏକ ଭିଡ଼ିଓରେ ଦେଖିବାକୁ ମିଳିଛି । ୮ଜଣଙ୍କ ମଧ୍ୟରୁ ଜଣେ ଏହି ୧୪ ବର୍ଷିୟ ବାଳିକାଙ୍କୁ ରକ୍ଷା କରିବା ପରିବର୍ତ୍ତେ ସେହି ସମୟର ଏକ ଭିଡ଼ିଓ ତିଆରି କରି ସୋସିଆଲ ମିଡ଼ିଆରେ ଛାଡ଼ିବା ପରେ ପୁଲିସ ଉକ୍ତ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଶନିବାର ରାତିରେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଜଣେ ନାବାଳିକାଙ୍କୁ ୭ଜଣ ଦୁର୍ବୃତ୍ତ ଅସଦାଚରଣ କରୁଥିବା ଦେଖିବାକୁ ମିଳିଥିଲା । ନାବାଳିକା ଜଣକ କୌଣସି କାମରେ ବାହାରକୁ ଯାଉଥିବା ବେଳେ ୮ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଘେରି ଯାଇଥିଲେ । ୭ ଜଣ ତାଙ୍କୁ ଅସଦାଚରଣ କରିବା ସହ ତାଙ୍କ ଶରୀରରୁ ପୋଷାକ କାଢ଼ୁଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଏହାର ଭିଡ଼ିଓ ବନାଇଥିଲେ । ଏହି ଘଟଣାଟି ଶନିବାରେ ସକାଳ ସମୟରେ ଘଟିଥିବା ବେଳେ ଏହି ଭିଡ଼ିଓଟି ଶନିବାର ରାତି ସମୟରେ ସୋସିଆଲ ମିଡ଼ିଆରେ ଅପ୍‌ଲୋଡ଼ କରାଯାଇଥିଲା । ଏହାକୁ ଦେଖି ପୁଲିସ ନିଜ ଆଡୁ ମାମଲା ଦାୟର କରି ଅନୁସନ୍ଧାନ ଆରମ୍ଭ କରିଥିଲା।

deccanchronicle.com

ଭିଡ଼ିଓ ବିଷୟରେ ଜେହାନ୍‌ବାଦ୍‌ର ପୁଲିସ ଅଧ୍ୟୀକ୍ଷକ ମନିଷ କୁମାରଙ୍କୁ ସୂଚନା ମିଳିବା ପରେ ଭିଡ଼ିଓରେ ନଜର ଆସୁଥିବା ୭ ଜଣଙ୍କ ବିଷୟରେ ଖବର ସଂଗ୍ରହ କରିବା ଆରମ୍ଭ କରିଥିଲା ପୁଲିସ । ଭିଡ଼ିଓରେ ନଜର ଆସୁଥିବା ଏକ ବାଇକ୍‌ର ନମ୍ବରରୁ ତା’ର ମାଲିକଙ୍କ ବିଷୟରେ ଜାଣିପାରି ପ୍ରକୃତ ଅଭିଯୁକ୍ତ ପାଖରେ ପହଞ୍ଚିଥିଲା ପୁଲିସ । ଏହା ପରେ ଧିରେ ଧିରେ ବାକି ୫ଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିବାରେ ସଫଳ ହୋଇଥିଲା । କିନ୍ତୁ ନିଜ ସାଥୀମାନଙ୍କ ଗିରଫ ହେବା ଖବର ଶୁଣି ଅନ୍ୟ ଦୁଇ ଜଣ ଫେରାର ହୋଇଯିବାରୁ ପୁଲିସ ସେମାନଙ୍କୁ ଗିରଫ କରିବାରେ ବିଫଳ ହୋଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର