ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ଭାରତୀୟ ସୈନିକ ଗିରଫ

ମିରଟ: ଉତ୍ତର ପ୍ରଦେଶର ମିରଟରେ ସୈନ୍ୟବାହିନୀରେ କାର୍ଯ୍ୟରତ ଜଣେ ସୈନିକ ପାକିସ୍ତାନର ଆଇଏସଆଇ ପାଇଁ ଗୁଇନ୍ଦାଗିରି କରିବା ସହିତ ଆଇଏସଆଇକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତାନ୍ତର ମାମଲାରେ ଗିରଫ ହୋଇଛନ୍ତି। ତେବେ ବର୍ତ୍ତମାନ ସେନା ପକ୍ଷରୁ ସମ୍ପୃକ୍ତ ସୈନିକଙ୍କ ନାମ ଘୋଷଣା କରାଯାଇ ନାହିଁ। ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଆରମ୍ଭ ହୋଇଛି। ତେବେ ପ୍ରାଥମିକ ତଦନ୍ତରୁ ସେ ଗତ ୧୦ ମାସ ହେବ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଜଣାପଡ଼ିଛି।
ଉତ୍ତରପଦେଶର ମିରଟ ଛାବନିରେ ସେନାରେ ସିଗ୍‌ନାଲ ମ୍ୟାନେ ଭାବେ କାର୍ଯ୍ୟ କରୁଥିବା ଜଣେ ସୈନିକ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଭାରତୀୟ ସେନାର ଗୋପନୀୟ ତଥ୍ୟ ପ୍ରଦାନ କରୁଥିବାନେଇ ଜଣାପଡ଼ିବା ପରେ ହଲଚଲ ସୃଷ୍ଟି ହୋଇଛି। ସୈନିକ ଜଣଙ୍କୁ ସଙ୍ଗେ ସଙ୍ଗେ ଗିରଫ କରାଯାଇ ପଚରା ଉଚରା କରାଯିବା ପରେ ତାଙ୍କ ଠାରୁ ବହୁ ତଥ୍ୟ ମିଳିଛି। ସୈନିକ ଜଣକ େଓ୍ଵଷ୍ଟର୍ଣ୍ଣ କମାଣ୍ଡ ବେସ ସହିତ ଏହି ଡିଭିଜନକୁ ଆସୁଥିବା ବିଭିନ୍ନ ତଥ୍ୟକୁ ଆଇଏସଆଇକୁ ହସ୍ତାନ୍ତର କରୁଥିଲେ। ଉତ୍ତରାଖଣ୍ଡର ମୂଳବାସିନ୍ଦା ଏହି ସୈନିକ ଜଣକ ୧୦ ମାସ ହେବା ପାକିସ୍ତାନକୁ ଏହି ଗୋପନୀୟ ତଥ୍ୟ ଦେଇଆସୁଥିଲା। ତେବେ ପାକିସ୍ତାନର ଏକ ମୋବାଇଲ ଫୋନକୁ ବାରମ୍ବାର ଫୋନ କରିବା ପରେ ତାଙ୍କ ଉପରେ ସନ୍ଦେହ ହୋଇଥିଲା। ତିନି ମାସ ତଳେ ସୈନିକ ଜଣକ ପାକିସ୍ତାନ ଗୁଇନ୍ଦା ବିଭାଗକୁ ତଥ୍ୟ ପ୍ରଦାନ କରିବା ପରେ ତାଙ୍କ ସମ୍ପର୍କରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିଲା। ତାଙ୍କର କେତେକ ସହକର୍ମୀଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ସୈନିକ ଜଣକ ଓ୍ଵାନ ଟୁ ଓ୍ଵାନ ଇନ୍‌କ୍ରିପ୍ସନ ଜରିଆରେ ତଥ୍ୟ ଦେଉଥିଲେ ବୋଳଇ ଯାଞ୍ଚ ସମୟରେ ଜଣାପଡ଼ିଛି।

ସମ୍ବନ୍ଧିତ ଖବର