କନ୍ୟାକୁ ନେବା ପାଇଁ ବର ଏକା ପହଞ୍ଚିବା ପରେ ଚପଲ ମାଳ ଦେଇ ସ୍ୱାଗତ କଲେ କନ୍ୟାପକ୍ଷ, କାରଣ ଜାଣି ଆଶ୍ଚର୍ଯ୍ୟ ହେବେ !

କାନ୍‌ପୁର୍‌ : ଉତ୍ତର ପ୍ରଦେଶ କାନ୍‌ପୁର୍‌ରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ବିବାହ ଦିନ ଜଣେ ଯୁବକ ବରଯାତ୍ରୀ ନ ନେଇ ଏକା ଏକା କନ୍ୟା ଘରେ ପହଞ୍ଚିଥିଲା। ସବୁଠାରୁ ଆଶ୍ଚର୍ଯ୍ୟ ଥିଲା ବରର ଏକା ଆସିବାର କାରଣ । ଯାହାକୁ ଶୁଣିବା ପରେ କନ୍ୟାର ପିତା ଚପଲ ମାଳ ଦେଇ ବରକୁ ସ୍ୱାଗତ କରିବା ସହ ପୁଲିସକୁ ଡ଼ାକିବା ପାଇଁ ବାଧ୍ୟ ହୋଇଥିଲେ ।

ସୂଚନା ମୁତାବକ, ସଜେତି ଥାନା ଅଞ୍ଚଳରେ ରହୁଥିବା ରାମ କୁମାର ନିଜ ଝିଅର ବିବାହ ରାୟବରେଲିର ବାସିନ୍ଦା ମନୀଷଙ୍କ ସହ ସ୍ଥିର କରିଥିଲେ । ଦୁଇ ଜଣଙ୍କ ବିବାହ ରବିବାର ହେବ ବୋଲି ସ୍ଥିର କରାଯାଇଥିବା ବେଳେ ପ୍ରାୟ ୨୦୦ଜଣ ବରଯାତ୍ରୀଙ୍କ ପାଇଁ ଖାଇବାର ବ୍ୟବସ୍ଥା କରାଯାଇଥିଲା । ସମସ୍ତେ ବରଯାତ୍ରୀଙ୍କ ପାଇଁ ଅପେକ୍ଷା କରିଥିବା ବେଳେ କନ୍ୟାକୁ ନେବା ପାଇଁ ବର ଏକା ପହଞ୍ଚିଥିଲା । ଏହାର କାରଣ ପଚରାଯିବାରୁ ସେ କହିଥିଲେ, ‘ମୋର ପରିବାର ଲୋକେ ଏହି ବିବାହରେ ଖୁସି ନାହାନ୍ତି ଏବଂ ମୁଁ କୌଣସି ବିଧାୟକଙ୍କ ଭଣଜା ନୁହେଁ । ମୁଁ ଆପଣଙ୍କ ଝିଅକୁ ଭଲ ପାଉଥିବାରୁ ଏପରି ମିଛ ପରିଚୟ ଦେଇଥିଲି।’

ଏ ବିଷୟରେ ଜାଣିବା ପରେ ରାମ କୁମାର ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ପୁଲିସ ଆସିବା ପରେ ମନୀଷ ତାଙ୍କ ଆଗରେ ସବୁ ସତ ମାନି ଯାଇଥିଲେ । ଏହା ପରେ ଏହି ମାମଲାର ସମାଧାନ ପୁଲିସ ପାଇଁ ମନୀଷଙ୍କୁ ରଖି ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି । ପୂର୍ବ ବର୍ଷ ରାମ କୁମାର ତାଙ୍କ ଝିଅକୁ ଏସ୍‌ଏସ୍‌ଏସ୍‌ସି ପରୀକ୍ଷା ଦେବା ପାଇଁ ଅମେଥି ନେଇଥିବା ବେଳେ ମନୀଷ ଏବଂ ରାମ କୁମାରଙ୍କ ଝିଅଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । ମନୀଷ ନିଜକୁ ଜଣେ ବ୍ଲକ୍‌ କର୍ମଚାରୀ ଏବଂ ବିଧାୟକଙ୍କ ଭଣଜା ବୋଲି ପରିଚୟ ଦେଇଥିଲେ ।

ସମ୍ବନ୍ଧିତ ଖବର