ଦକ୍ଷିଣୀ ସିନେ ଅଭିନେତ୍ରୀଙ୍କୁ ନେଇ ଅମେରିକାରେ ସେକ୍ସ ରାକେଟ୍ ଚଳାଉଥିବା ଅଭିଯୋଗରେ ଭାରତୀୟ ବଂଶୋଦ୍ଭବ ଦମ୍ପତି ଗିରଫ

ଓ୍ଵାଶିଂଟନ: ଆମେରିକାରେ ଦେହ ବେପାର ଚଳାଉଥିବା ଅଭିଯୋଗରେ ଆମେରିକା ପୁଲିସ୍‌ ଜଣେ ଭାରତୀୟ ବଂଶୋଦ୍ଭବ ଦମ୍ପତିଙ୍କୁ ଗିରଫ କରିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଉକ୍ତ ଦମ୍ପତି ଭାରତର ଟଲିଉଡ୍‌ ଇଣ୍ଡଷ୍ଟ୍ରିର ଅଭିନେତ୍ରୀମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ଆଳରେ ଆମେରିକା ଡକାଇ ସେମାନଙ୍କୁ ଦେହ ବେପାରରେ ସାମିଲ୍‌ କରାଉଥିଲେ।

ଏହି ବ୍ୟବସାୟର ମାଷ୍ଟର ମାଇଣ୍ଡ୍‌ ହେଉଛି ଭାରତୀୟ ବ୍ୟବସାୟୀ କିସାନ ମୋଦୁଗୁମୁଦି(୩୪), ଯିଏକି ଅନେକ ତେଲଉଗୁ ଚଳଚ୍ଚିତ୍ରର ପ୍ରଯୋଜନା ମଧ୍ୟ କରିଛନ୍ତି।

ଚିକାଗୋଠାରେ ଆମେରିକା ଜିଲ୍ଲା ନ୍ୟାୟାଳୟରେ ଦାୟର ହୋଇଥିବା ୪୨ ପୃଷ୍ଠାର ଅପରାଧିକ ଜାଚିକା ମୁତାବିକ, ପ୍ରତିଥର ଯୌନ ସଂପର୍କ ସ୍ଥାପନ ପାଇଁ ଗ୍ରାହକଙ୍କୁ ଆମେରିକୀୟ ଡଲାର ୩,୦୦୦ ଦେବାକୁ ପଡ଼ିଥାଏ।

ମୋଦୁଗୁମୁଦି ଏବଂ ତାଙ୍କ ପତ୍ନୀ ଚନ୍ଦ୍ର(୩୧) ପ୍ରତ୍ୟେକ ଦେହଜୀବୀ କରୁଥିବା ଯୌନ କାର୍ଯ୍ୟକଳାପ ଉପରେ ନଜର ରଖିଥାନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଛି। ଏପରିକି ଦେହଜୀବୀମାନେ କେବେ, କେଉଁଠି କାହା ସହ ସଂପର୍କ ସ୍ଥାପନ କରନ୍ତି ତାହାର ସମସ୍ତ ତଥ୍ୟ ଏହି ଦମ୍ପତିଙ୍କ ଲେଖି ରଖିଥାଆନ୍ତି।

ଏପରିକି ଜଣେ ଅଭିନେତ୍ରୀଙ୍କ କହିବା ମୁତାବକ ଏହି ଦମ୍ପତି ତାଙ୍କୁ ଏବଂ ତାଙ୍କ ପରିବାରକୁ ଧମକ ମଧ୍ୟ ଦେଇଥିଲେ। ସେ ଯଦି ଏ ସଂପର୍କରେ କାହା ଆଗରେ କହନ୍ତି ତେବେ ସେ ତାଙ୍କ ଜୀବନ ନେଇଯିବେ ବୋଲି କହି ଭୟଭୀତ କରାଇଥିଲେ।

ସେହିପରି ଅଭିଯୁକ୍ତ ଦମ୍ପତି ଅନ୍ୟ ଜଣେ ଅଭିନେତ୍ରୀଙ୍କୁ ଏପରି କହିଥିଲେ କି ସେ ଯଦି ସେମାନଙ୍କ ନାମରେ ପୁଲିସ୍‌ରେ ଅଭିଯୋଗ ବି କରନ୍ତି ତେବେ କିଛି ବି ହେବ ନାହିଁ, କାହିଁକି ନା ସେ ସେପରି ଜଣେ ବିରାଟ ଅଭିନେତ୍ରୀ ନୁହଁନ୍ତିି।

ସମ୍ବନ୍ଧିତ ଖବର