ନାବାଳିକା ଦୁଷ୍କର୍ମ ମାମଲାରେ ଭାରତୀୟ ବଂଶୋଦ୍ଭବଙ୍କୁ ଆମେରିକାରେ ୩୦ ବର୍ଷ ଜେଲ୍‌ ଦଣ୍ଡାଦେଶ

ନ୍ୟୁୟର୍କ: ନାବାଳିକାକୁ ଦୁଷ୍କର୍ମ କରଥିବା ଅଭିଯୋଗରେ ଆମେରିକାରେ ରହୁଥିବା ୪୧ ବର୍ଷିଅ ଭାରତୀୟ ବଂଶୋଦ୍ଭବଙ୍କୁ ୩୦ ବର୍ଷ ଜେଲ୍‌ ଦଣ୍ଡାଦେଶରେ ଦଣ୍ଡିତ କରାଯାଇଛି। କାଲିଫର୍ଣ୍ଣିଆରେ ରହୁଥିବା ଦୀପକ ଦେଶପାଣ୍ଡେଙ୍କୁ ଗତ ଅକ୍ଟୋବରରେ ଦୋଷୀ ସାବ୍ୟସ୍ତ କରାଯାଇଛି। ୟୁଏସ୍‌ ଡିଷ୍ଟ୍ରିକ୍ଟ ଜଜ୍‌ କେର୍ଲସ ମେଣ୍ଡୋଜା ଗୁରୁବାର ତାଙ୍କୁ ଦଣ୍ଡାଦେଶ ଶୁଣାଣି କରିଛନ୍ତି।

କୋର୍ଟ ପ୍ରମାଣପତ୍ର ମୁତାବକ, ଦେଶପାଣ୍ଡେ ୨୦୧୭ ମସିହା ଜୁଲାଇ ମାସରେ ଓରଲାଣ୍ଡୋଠାରେ ଅନ୍‌ଲାଇନ୍‌ ଜରିଆରେ ପୀଡ଼ିତା ନାବାଳିକାଙ୍କ ସହ ଯୋଗାଯୋଗ କରିଥିଲେ। ସେ ନିଜକୁ ଜଣେ ମଡେଲିଂ ଏଜେଣ୍ଡ୍‌ ବୋଲି କହି ନାବାଳିକାଙ୍କୁ ତାଙ୍କ ଫଟୋ ପଠାଇବାକୁ କହିଥିଲେ। ନାବାଳିକାଙ୍କ ସହ ଧୀରେ ଧୀରେ କଥା ବଢ଼ିବାରୁ ତାଙ୍କୁ ନଗ୍ନ ଫଟୋ ପଠାଇବାକୁ ବି କହିଥିଲେ।

ପରେ ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ଅନ୍ୟ ଦୁଇଟି ଆକାଉଣ୍ଟ୍‌ରୁ ଯୋଗାଯୋଗ କରି ବ୍ଲାକ୍‌ମେଲ୍‌ କରିଥିଲେ। ସେ ଯଦି ଶିଶୁ ପର୍ଣ୍ଣୋଗ୍ରାଫି କରିବାରେ ତାଙ୍କର ସାହାଯ୍ୟ ନ କରନ୍ତି ତେବେ ନାବାଳିକାଙ୍କ ନଗ୍ନ ଫଟୋକୁ ଭାଇରାଲ୍‌ କରିଦେବେ ବୋଲି ଧମକ ଦେଇଥିଲେ।

୨୦୧୭ ମସିହା ସେପ୍ଟମ୍ବର ମାସରେ ଦେଶପାଣ୍ଡେ  ପୀଡ଼ିତାଙ୍କୁ ଭେଟିବାକୁ କାଲିଫର୍ଣ୍ଣିଆରୁ ଫ୍ଲୋରିଡା ଯାଇଥିଲେ। ସେଠାରେ ଏକ ହୋଟେଲ୍‌ରେ ପୀଡ଼ିତାଙ୍କ ସହ ଅନେକ ଥର ସଂପର୍କ ସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର